ଘରକୁ ବାହୁଡିଲେ ସ୍ୱାଧୀନତା ସଂଗ୍ରାମୀଙ୍କ ବୋହୂ ସୁଜାତା ପଣ୍ଡା ! ବାଲେଶ୍ୱର ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ବ୍ୟବସ୍ଥା

28

କନକ ବ୍ୟୁରୋ : ଘରକୁ ବାହୁଡିଲେ ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ପଣ୍ଡାଙ୍କ ବୋହୂ ସୁଜାତା ପଣ୍ଡା । ବାଲେଶ୍ୱର ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ତତ୍ୱାବଧାନରେ ତାଙ୍କୁ କୋରାପୁଟ ଜୟପୁରକୁ ନିଆଯାଇଛି । ଗତ ରବିବାର ଦିନ ପ୍ରଧାନମନ୍ତ୍ରୀଙ୍କ ଠାରୁ ସମ୍ମାନିତ ହେବା ପରେ ସୁଜାତା ପଣ୍ଡା ଓ ତାଙ୍କ ପରିବାର ଲୋକ ଭୁଲ ବଶତଃ ଅଲଗା ଅଲଗା ଟ୍ରେନ ଯାତ୍ରା କରିଥିଲେ ।

ପରେ କେହି କାହାର ଠିକଣା ପାଇ ନଥିଲେ । ତେବେ ସୁଜାତାଙ୍କୁ ବାଲେଶ୍ୱରରୁ ଉଦ୍ଧାର କରିଥିଲା ଜିଆରପି ପୁଲିସ । ତାଙ୍କୁ ବାଲେଶ୍ୱର ସ୍ୱଧାର ଗୃହରେ ରଖାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ପ୍ରଶାସନ ସହ ଆଲୋଚନା କରିବା ପରେ ସୁଜାତାଙ୍କୁ କୋରାପୁଟ ଜୟପୁର ପଠାଯାଇଛି । ଏକ ସ୍ୱତନ୍ତ୍ର ଗାଡି ଯୋଗେ ତାଙ୍କୁ ଜୟପୁର ନିଆଯାଉଛି । ତାଙ୍କ ସହ ମହିଳା ସଂଘର କର୍ମକର୍ତା ଓ ଜଣେ ମହିଳା ପୁଲିସ ରହିଛନ୍ତି ।