କୋଲକତାରେ ସ୍ପାରୁ ଧରାପଡିବା ଘଟଣା ନେଇ ନବୀନ ନନ୍ଦଙ୍କ ପ୍ରତିକ୍ରିୟା : କହିଲେ, ରାଜନୈତିକ ଲଢେଇରେ ମୋହରା ସାଜିଲି

29

କନକ ବ୍ୟୁରୋ : ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ କୋଲକାତାର ଏକ ସ୍ପାରୁ ଧରାପଡିବା ଓ ବିଜେଡିରୁ ନିଲମ୍ବିତ ହେବା ଘଟଣାରେ ରାଜନୈତିକ ହଟଚମଟ ଲାଗି ରହିଛି । ତେବେ କେଉଁ ପରିସ୍ଥିତିରେ ସେ ସ୍ପାରୁ ଧରାପଡିଲେ, ସେନେଇ ଗଣମାଧ୍ୟମକୁ ପକେଟ୍ ମାର ଥିଓରୀର ସଫେଇ ଦେବା ପରେ ଆଜି କନକ ନ୍ୟୁଜ୍କୁ ଦେଇଛନ୍ତି ସ୍ୱତନ୍ତ୍ର ସାକ୍ଷାତକାର ।

ନବୀନ କହିଛନ୍ତି, ମୁଁ ବିଲକୁଲ ନିଖୋଜ ନଥିଲି । ଫୋନ୍ ସ୍ୱିଚ ହୋଇଯାଇଥିବାରୁ ଝର ଲୋକଙ୍କ ସହ ଯୋଗାଯୋଗ ହୋଇପାରିନଥିଲା ଆଉ ସେମାନେ ବ୍ୟସ୍ତ ହୋଇ ଗଣମାଧ୍ୟମକୁ କହିଥିଲେ । ତେବେ ମୁଁ ଆସିବା ପରେ ସଙ୍ଗେ ସଙ୍ଗେ ଗଣମାଧ୍ୟମ ସହ ଯୋଗାଯୋଗ କରିଥିଲି । ତେବେ ଏହି ଘଟଣାକୁ ନେଇ ମୋର ରାଜନୈତିକ ପ୍ରତିଦ୍ୱନ୍ଦୀମାନେ ଖୁସି ମନାଉଛନ୍ତି ବୋଲି କହିଛନ୍ତି ନବୀନ ନନ୍ଦ । ତେବେ ମୋର ସହ ଶହ ଶହ ସମର୍ଥକଙ୍କୁ ଏହି କଥା ଆଘାତ ହୋଇଛି ।

ତେବେ କେଉଁ ପରିସ୍ଥିତିରେ ମୋତେ ଗିରଫ କରାଗଲା ସେନେଇ ମୁଁ ଗଣମାଧ୍ୟମ ଆଗରେ ସ୍ୱଷ୍ଟ କରିସାରିଛି । କିପରି ଗିରଫ ହେବା ପରେ ପରେ ତୁରନ୍ତ ଜାମିନ ମିଳିଲା ସେ ନେଇ ମଧ୍ୟ ଗଣମାଧ୍ୟମକୁ କହିଛି । ଏହାସହ ଯେଉଁ ଯେଉଁ ଦଫା ଯୋଗୁଁ ମୋତେ ଗିରଫ କରାଯାଇଥିବା, ସେସବୁ ମୋ ପାଇଁ ନୁହେଁ, ତେଣୁଗିରଫଦାରୀର ତୁରନ୍ତ ପରେ ଜାମିନ ମିଳିଥିଲା ।

କିଛି ରାଜନୈତକ ପ୍ରତିଦ୍ୱନ୍ଦୀ ମୋତେ ମୋହରା କରିଛନ୍ତି । ତେବେ ଏହି ଘଟଣା ନେଇ ମୁଁ ଦୋଷମୁକ୍ତି ହେବି ବୋଲି ମୋର ଆଶା ରହିଛି । ଦଳରୁ ନିଲମ୍ବନ ନେଇ ସେ କହିଛନ୍ତି ମୋତେ ବହୁ ପୂର୍ବରୁ ନିଲମ୍ବନ କରିବା ପାଇଁ ଚାହୁଁଥିଲେ । କିଛି ସୁଯୋଗ ମିଳୁନଥିବାରୁ ମୋତେ ନିଲମ୍ବନ କରିପାରୁନଥିଲେ । ଏହି ଘଟଣାକୁ ଆଳ କରି ନିଲମ୍ବନ କରାଗଲା । ଏହାବ୍ୟତୀତ ଓଡ଼ଶ଼ିାର ଆଇନଶୃଙ୍ଖଳାକ ଭୁଷୁଡ଼ି ପଡ଼ିଛି ବୋଲି ମଧ୍ୟ ସେ କହିଛନ୍ତି ।