ଅସ୍ତମିତ ଅରୁଣ ! ବିଜେପି ପାଇଁ ଅପୂରଣୀୟ କ୍ଷତି, ମୋଦି ସରକାରଙ୍କ ପ୍ରଥମ ପାଳିର ସଙ୍କଟମୋଚକ ଜେଟଲୀ

149

କନକ ବ୍ୟୁରୋ : ଜଣେ ବିଚକ୍ଷଣ ରାଜନେତାକୁ ହରାଇଲା ଦେଶ । ବାଜପେୟୀଙ୍କ ପରେ ଯଦି କେବେ ଦ୍ୱିତୀୟ ଧାଡିର ନେତାଙ୍କୁ ବଛାଯାଏ, ତେବେ ଆଗରେ ଆସିବେ ଜେଟଲି । ଆଜି ତାଙ୍କର ପରଲୋକ ବିଜେପି ପାଇଁ ଜାତୀୟ ରାଜନୀତିରେ ଏକ ବଡ ଝଟକା ହୋଇଛି । ଜେଟଲୀଙ୍କ ନିଧନ ଖବର ପାଇବା ପରେ ବିଦେଶ ଗସ୍ତ ବାତିଲ କରି ଭାରତ ଫେରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେହିପରି ହାଇଦ୍ରାବାଦ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଦିଲ୍ଲୀ ଫେରୁଛନ୍ତି ।

ସ୍ଵାସ୍ଥ୍ୟଗତ ସମସ୍ୟା କାରଣରୁ ଚଳିତ ନିର୍ବାଚନରୁ ଦୂରେଇ ରହିଥିଲେ ମଧ୍ୟ ପରୋକ୍ଷ ଭାବେ ନିର୍ବାଚନରେ ସକ୍ରିୟ ଥିଲେ  ଅରୁଣ ଜେଟଲୀ । ଲୋକସଭା ନିର୍ବାଚନ ପ୍ରଚାର ସମୟରେ ସକ୍ରିୟ ଅଂଶ ଗ୍ରହଣ କରୁଥିଲେ । ସାମାଜିକ ଗଣମାଧ୍ୟମ ଜରିଆରେ ସେ ବିରୋଧୀଙ୍କ କ୍ରମାଗତ ସମାଲୋଚନା କରିଚାଲିଥିଲେ । ମୋଦିଙ୍କ ପ୍ରଥମ ପାଳିରେ ଜେଟଲୀ ଅମୃତସର ଲୋକସଭା ନିର୍ବାଚନରେ ହାରିଥିଲେ ମଧ୍ୟ ତାଙ୍କର ଯୋଗ୍ୟତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପଦ ଦେଇଥିଲେ । ମୋଦି ସରକାରଙ୍କ ପୂର୍ବରୁ ଜେଟଲୀ ଅଟଳ ବିହାରୀ ବାଜପେୟୀ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ ଅରୁଣ । ସେହି ସମୟରେ ସେ ଉଦ୍ୟୋଗ-ବାଣିଜ୍ୟ ଓ ଆଇନ ମନ୍ତ୍ରାଳୟ ଦାୟିତ୍ୱ ସମ୍ଭାଳିଥିଲେ । ମୋଦି ସରକାରରେ ଅନେକ ଥର ମୁସ୍କିଲ ସମୟରେ ସଙ୍କଟମୋଚକ ହୋଇ କେନ୍ଦ୍ର ସରକାରଙ୍କୁ ସଙ୍କଟରୁ କାଢିଥିଲେ।

ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ସଙ୍କଟମୋଚକ ସାଜିଥିଲେ ଅରୁଣ ଜେଟଲୀ । ମୋଦି ସରକାରଙ୍କ ପ୍ରଥମ ପାଳିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦେକ୍ଷପ ନେଇଛନ୍ତି । ତାଙ୍କର ଅର୍ଥମନ୍ତ୍ରୀତ୍ୱ କାଳରେ ୮ ନଭେମ୍ବର ୨୦୧୬ରେ ଦେଶରେ ବିମୁଦ୍ରାକରଣ ଘୋଷଣା କରିଥିଲେ । କଳାଧନ ଉପରେ ଅଙ୍କୁଶ ଲଗାଇବା ପାଇଁ ୫୦୦ଓ ୧୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ଉପରେ ନିଷେଧାଦେଶ ଜାରି କରିଥିଲେ । ତାଙ୍କର କାର୍ଯ୍ୟକାଳରେ ଜିଏସଟି ମଧ୍ୟ ଲାଗୁ ହୋଇଥିଲା । ମୋଦି ସକରାରରେ ଅର୍ଥମନ୍ତ୍ରୀ ଭାବେ ବିମୁଦ୍ରାକରଣ ଓ ଜିଏସଟି ନିଷ୍ପତ୍ତି ବେଶ ଗୁରୁତ୍ୱପୂର୍ଣ୍ଣ ।