ସୋନାକ୍ଷୀଙ୍କ ଶ୍ରୀଦେବୀ ଅବତାର ! ୯୦ ଦଶକର ହିଟ୍ ଗୀତରେ ଦବଙ୍ଗ୍ ଗର୍ଲଙ୍କ ହଟ୍ ଡ୍ୟାନ୍ସ

65

ସୋନାକ୍ଷୀ ହେଲେ ହୱାହୱାଇ ଗର୍ଲ । ୯୦ ଦଶକର ଫିଲ୍ମ ମିଷ୍ଟର୍ ଇଣ୍ଡିଆର ପପୁଲାର୍ ହିଟ୍ ଗୀତ ‘କାଟେ ନେହିଁ କଟତି’ର ରିମେକରେ ହଟ୍ ଡ୍ୟାନ୍ସ କରିଛନ୍ତି ଦବଙ୍ଗ ଗର୍ଲ ସୋନାକ୍ଷୀ । ନିକଟରେ ରିଲିଜ୍ ହୋଇଛି ଅପକମିଙ୍ଗ୍ ଆକ୍ସନ ଫିଲ୍ମ ‘ଫୋର୍ସ -୨’ ର ଆଇଟମ୍ ସଙ୍ଗ୍ । ଯାହାର ଟାଇଟେଲ୍ ରହିଛି ‘ଓ ଜାନିୟା’ । ଗୀତରେ ରହିଛି ସୋନାକ୍ଷୀଙ୍କ ଶ୍ରୀଦେବୀ ଅବତାର ।

ଗୀତରେ ପୁରୁଣା ସ୍ମୃତିକୁ ତାଜା କରିବା ପାଇଁ ଦିଆଯାଇଛି ପୁରୁଣା ଗୀତର ସ୍ପର୍ଶ । ତେବେ ପୁରୁଣା ଗୀତକୁ ସମ୍ପୂର୍ଣ୍ଣ ଭାବେ ରିମେକ୍ କରାଯାଇନି ସତ କିନ୍ତୁ ମନେପଡିଛି ଶ୍ରୀଦେବୀଙ୍କ ସେହି ରେନ୍ ରୋମାନ୍ସ । ଗୌରବ ରୋଶନୀ ଗୀତରେ କଣ୍ଠଦାନ କରିଛନ୍ତି ନେହା କକ୍କଡ । ୨୦୧୧ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଫୋର୍ସ’ର ଏହା ହେଉଛି ରିମେକ୍ । ନଭେମ୍ବର ୧୮ରେ ପରଦାକୁ ଆସିବ ‘ଫୋର୍ସ -୨’ ।

ପୁରୁଣା ଗୀତରେ ନୂଆ ସଙ୍ଗୀତ ଦେଖନ୍ତୁ ଏହି ଭିଡିଓରେ –

ଏହା ସହ ଦେଖନ୍ତୁ :୧୮ ବର୍ଷ ତଳର ଗୁମର ! ‘କୁଛ୍ କୁଛ୍ ହୋତା ହୈ’ ପାଇଁ କିଏ କରିଥିଲେ ‘ନାଁ’