୧୮ ବର୍ଷ ତଳର ଗୁମର ! ‘କୁଛ୍ କୁଛ୍ ହୋତା ହୈ’ ପାଇଁ କିଏ କରିଥିଲେ ‘ନାଁ’

43

୧୯୯୮ର ବ୍ଲକ୍ ବଷ୍ଟର୍ ମୁଭି ‘କୁଛ୍ କୁଛ୍ ହୋତା ହୈ’ ହିନ୍ଦି ସିନେମା ଦୁନିଆରେ ଏକ ମାଇଲ୍ ଷ୍ଟୋନ୍ । ଫିଲ୍ମଟି ପ୍ରାୟ ୧୦ଟି ଫିଲ୍ମ ଫେୟାର୍ ଆୱାର୍ଡ ନିଜ ନାଁରେ କରି ନୂଆ ରେକର୍ଡ ମଧ୍ୟ କରିଥିଲା । ଏହା ସହ ଫିଲ୍ମ ରିଲିଜ୍ ପରେ ରାତାରାତି ଷ୍ଟାର୍ ପାଲଟି ଯାଇଥିଲେ ରାନୀ ମୁଖାର୍ଜୀ ।

ଏହା ଭିତରେ ଫିଲ୍ମକୁ ୧୮ ବର୍ଷ ବିତି ଯାଇଛି । ହେଲେ ଏବେ ବି ଦର୍ଶଙ୍କ ହୃଦୟରେ ରହିଯାଇଛି ଫିଲ୍ମର ଛାପ । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୬ ଜଣ ଏମିତି ଷ୍ଟାର୍ ଅଛନ୍ତି ଯାହାଙ୍କୁ ଏହି ଫିଲ୍ମ ପାଇଁ ପ୍ରଥମେ ଅଫର୍ ମିଳିଥିଲା । କିନ୍ତୁ ସେମାନେ ମନା କରି ପରେ ଫିଲ୍ମର ସଫଳତା ଦେଖି ପଶ୍ଚାତାପ କରିଥିଲେ ।

ଫିଲ୍ମରେ ଶାହାରୁଖଙ୍କ ଅଭିନୀତ ‘ରାହୁଲ୍’ ଚରିତ୍ରଟି ପ୍ରଥମେ ଅଜୟ ଦେବଗନଙ୍କୁ ଅଫର୍ ହୋଇଥିଲା । କିନ୍ତୁ ସେ ମନା କରିଦେଇଥିଲେ । ସେହିପରି ସଲମାନ୍ ଖାନ ଅଭିନୟ କରିଥିବା ‘ଅମନ୍’ ରୋଲକୁ ସୈଫ୍ ଅଲ୍ଲୀ ଖାନ୍ ମନା କରିଥିଲେ ।

ସେହିପରି ରାନୀ ମୁଖାର୍ଜୀ ଅଭିନୟ କରିଥିବା ‘ଟିନା’ ଚରିତ୍ରଟି ପ୍ରଥମେ ଟ୍ୱିଙ୍କିଲ୍ ଖାନ୍ନାଙ୍କୁ ମିଳିଥିଲା । କିନ୍ତୁ ଚରିତ୍ରଟି ପସନ୍ଦ ନଆସିବାରୁ ସେ ମନା କରି ଦେଇଥିଲେ । ସେହିପରି ଐଶ୍ୱର୍ଯ୍ୟା ରାୟ ‘ଜିନ୍ସ’ ଫିଲ୍ମର ସୁଟିଂରେ ବ୍ୟସ୍ତ ଥିବାରୁ ଫିଲ୍ମଟିକୁ ହାତ ଛଡା କରିଥିଲେ । ରବିନା ଟଣ୍ଡନଙ୍କୁ ମଧ୍ୟ ଟିନା ଚରିତ୍ରଟି ପସନ୍ଦ ନହେବାରୁ ମନା କରିଦେଇଥିବା ବେଳେ କରିଶ୍ମା କପୁର ମଧ୍ୟ ନାଁ କହିଥିଲେ ଟିନା ହେବା ପାଇଁ ।