ଉଡ଼ାଣ୍ -୩ ପାଇଁ ମୋଦି ସରକାରଙ୍କ ପ୍ରସ୍ତୁତି ! ମାତ୍ର ୨୫୦୦ ଟଙ୍କାରେ ବିଦେଶ ଗସ୍ତ

260

ବୁଲାବୁଲି କରିବା ସମସ୍ତଙ୍କର ପସନ୍ଦ । ଦେଶ ବିଦେଶ ବୁଲି ବିଭିନ୍ନ ଅନୁଭୂତି ସାଉଣ୍ଟିବା କାହାକୁ ବା ପସନ୍ଦ ନାହିଁ । ହେଲେ ଆମ ଦେଶରେ ଲୋକଙ୍କ ଆୟ ତୁଳନାରେ ବ୍ୟୟ ଅଧିକ । ତେଣୁ ସ୍ପପ୍ନ ଅନେକ ଥିଲେ ମଧ୍ୟ ସବୁ ପୁରା ହୋଇପାରେ ନାହିଁ । ତେବେ ମୋଦି ସରକାର ଆପଣଙ୍କ ବିଦେଶ ବୁଲିବା ସ୍ୱପ୍ନକୁ ସାକର କରିବା ପାଇଁ ଉଡ଼ାନ୍ (ଉଡ଼େ ଦେଶ୍ କା ଆମ୍ ନାଗରିକ୍) ଯୋଜନାର ତୃତୀୟ ପର୍ଯ୍ୟାୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ଯୋଜନା ଅନୁସାରେ ମାତ୍ର ୨୫୦୦ ଟଙ୍କା ଖର୍ଚ୍ଚ କରି ବିଦେଶ ବୁଲିବାର ସୁଯୋଗ ପାଇପାରିବେ ସାଧାରଣ ଲୋକେ ।

ଆନ୍ତର୍ଜାତିକ ବିମାନରେ ଯାତ୍ରା କରିବା ସ୍ୱପ୍ନ ଖୁବ୍ ଶୀଘ୍ର ସାକାର ହେବାକୁ ଯାଉଛି । ଉଡ଼ାନ୍ ଯୋଜନାର ତୃତୀୟ ପର୍ଯ୍ୟାୟ ଅଧୀନରେ ସରକାର ଶତାଧିକ ପ୍ରସ୍ତାବ ପାଇ ସାରିଛନ୍ତି । ବ୍ୟାଙ୍କକ୍, ଥାଇଲାଣ୍ଡ୍, କାଠମାଣ୍ଡୁ ଯାତ୍ରା କରୁଥିବା ବିମାନ ମାଧ୍ୟମରେ ଆସାମ ଆନ୍ତର୍ଜାତିକ ଭାବେ ସଂଯୋଗ ହୋଇ ପାରିବ । ନେପାଳ, ବାଂଲାଦେଶ ଏବଂ ମିଅଁମାର ସହ ଯୋଗାଯୋଗ କରିବା ଲାଗି ବିହାର ରାଜ୍ୟର ବିମାନ ବନ୍ଦର ସବୁକୁ ଆନ୍ତର୍ଜାତିକ ସ୍ତରକୁ ସଂପ୍ରସାରଣ କରାଯିବ । ଚେନ୍ନାଇରୁ ମଧ୍ୟ ସିଙ୍ଗାପୁର ଯାତ୍ରା ଲାଗି ଆନ୍ତର୍ଜାତିକ ବିମାନ ମିଳିପାରେ ।

ରିହାତି ମୂଲ୍ୟରେ ସାଧରଣ ଲୋକଙ୍କ ବିଦେଶ ଗସ୍ତ  ସ୍ୱପ୍ନକୁ ସାକର କରିବା ପାଇଁ ୨୦୧୬ରେ ଉଡ଼ାନ୍ ଆରମ୍ଭ ହୋଇଥିଲା । ଘଣ୍ଟା ପ୍ରତି ୨୫୦୦ ଟଙ୍କା ମୂଲ୍ୟରେ ବିମାନ ଯାତ୍ରାର ସୁବିଧା କରାଇ ଟାୟର୍-ଟୁ ଏବଂ ଟାୟର୍-ଥ୍ରି ସହରଗୁଡ଼ିକୁ ମୁଖ୍ୟ ସହର ସହ ସଂଯୋଗ କରିବା ଥିଲା ଏହି ଯୋଜନାର ଉଦ୍ଦେଶ୍ୟ । ମାର୍ଚ ୧୦୧୭ରେ ପ୍ରଥମ ପର୍ଯ୍ୟାୟରେ ୧୨୮ଟି ଆଞ୍ଚଳିକ ରୁଟରେ ୫ଟି ଏୟାରଲାଇନ୍ସ କ୍ଷମତା ମିଳିଥିଲା । ଗତ ବର୍ଷ ଜାନୁଆରି ମାସରେ ଦ୍ୱିତୀୟ ପର‌୍ୟ୍ୟାୟରେ ୩୨୫ ଆଞ୍ଚଳିକ ପଥରେ ସେବା ଯୋଗାଇବା ନିମନ୍ତେ ହେଲିକପ୍ଟର୍ ସେବା ସମେତ ୧୫ଟି ଏୟାରଲାଇନ୍ସକୁ କ୍ଷମତା ପ୍ରଦାନ କରାଯାଇଥିଲା ।