ବ୍ରାହ୍ମଣୀ ନଦୀରେ ବୃଦ୍ଧି ପାଇଲା ଜଳପତ୍ତନ : ଇସ୍ପାତ ନଗରୀରେ ପଶିଲା ବନ୍ୟା ଜଳ

286

କନକ ବ୍ୟୁରୋ : ବ୍ରାହ୍ମଣୀ ନଦୀରେ ଜଳପତ୍ତନ ବୃଦ୍ଧି ପାଇଛି । ଜଳପତ୍ତନ ବୃଦ୍ଧି ପାଇବା କାରଣରୁ ରାଉରକେଲା ତଳିଆ ଅଞ୍ଚଳରେ ବନ୍ୟା ଜଳ ପଶି ଯାଇଛି । ସହର ମଧ୍ୟକୁ ଅଧିକରୁ ଅଧିକ ପରିମାଣରେ ପାଣି ପ୍ରବେଶ କରୁଥିବା ବେଳେ ବାଲୁଘାଟ ଏବଂ ସର୍ଦାର ବସ୍ତିରେ ବାସ କରୁଥିବା ଲୋକଙ୍କ ଘର ପାଣିରେ ବୁଡ଼ିଲାଣି ।

ରବିବାର ସକାଳେ ମନ୍ଦିରା ଡ୍ୟାମର ୫ଟି ଗେଟ୍ ଏବଂ ରାତିରେ ଆଉ ୬ଟି ଗେଟ୍ ଖୋଲା ଯିବାରୁ ବ୍ରାହ୍ମଣୀ ନଦୀ ମଧ୍ୟକୁ ଅଧିକ ଜଳ ପ୍ରବେଶ କରିଥିଲା । ଫଳରେ ବ୍ରାହ୍ମଣୀ ନଦୀ କୂଳ ଲଙ୍ଘି ପାଣି ତଳିଆ ଅଞ୍ଚଳରେ ପ୍ରବେଶ କରିଛି । ସୁରକ୍ଷା ପାଇଁ ଲୋକେ ସ୍ଥାନୀୟ ସ୍କୁଲ୍ ଏବଂ ଉଚ୍ଚ ସ୍ଥାନମାନଙ୍କୁ ଚାଲି ଯାଉଛନ୍ତି । ସହାୟତା ପାଇଁ ଏଯାବତ୍ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାପଡ଼ିଛି ।