ଫ୍ଲିପକାର୍ଟରେ ମାତ୍ର ଏକ ଟଙ୍କାରେ କିଣନ୍ତୁ ଘରୋଇ ସାମଗ୍ରୀ ! ଜାଣନ୍ତୁ କିପରି ଉଠାଇବେ ଲାଭ ?

365

ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ କିଛି ସମୟ ପୂର୍ବରୁ ୱାଲମାର୍ଟ ସହ ମିଶିଯାଇଥିଲା । ଆଉ ଏହାପରେ ଗ୍ରାହକଙ୍କ ପାଇଁ ଫ୍ଲିପକାର୍ଟ ଅନେକ ଆକର୍ଷଣୀୟ ଅଫର ଉପଲବ୍ଧ କରିଛି । ସ୍ମାର୍ଟଫୋନ୍, ଏସେସରିଜ. ଘରୋଇ ସାମଗ୍ରୀ ଓ ରାସନ ସାମଗ୍ରୀ ଆଦି ଉପରେ କମ୍ପାନୀ ଅନେକ ଆକର୍ଷକ ଅଫର ପ୍ରଦାନ କରୁଛି । ଚଳିତ ଥର ଫ୍ଲିପକାର୍ଟ ଘରୋଇ ସାମଗ୍ରୀ ଉପରେ ୧ ଟଙ୍କା ପ୍ରତିବଦଳରେ ଗ୍ରାହକଙ୍କୁ ଅନେକ କିଛି କିଣିବାର ସୁଯୋଗ ପ୍ରଦାନ କରୁଛି । ଗ୍ରାହକ ମାତ୍ର ୧ ଟଙ୍କାରେ ଘରୋଇ ସାମଗ୍ରୀ କିଣିପାରିବେ ।

Flipkart sale
image courtesy-https://thenextweb.com

ଫ୍ଲିପକାର୍ଟର ୧ ଟଙ୍କିଆ ସେଲ୍ ଅନୁସାରେ ଗ୍ରାହକ ଘରୋଇ ସାମଗ୍ରୀ କିଣିପାରିବେ । ଅଟା, ସାମ୍ପୋ, ଡାଲି, ତେଲ ଆଦିସାମଗ୍ରୀ ବହୁତ କମ ମୂଲ୍ୟରେ କିଣିପାରିବେ ଗ୍ରାହକ । ଫ୍ଲିପକାର୍ଟରେ ସୁପରମାର୍ଟ ନାମରେ ଗ୍ରୋସରୀ ଷ୍ଟୋର ଉପଲବ୍ଧ । ଆଉ ସେଠାରେ କ୍ଲିକ୍ କରିବା ପରେ ଫ୍ଲିପକାର୍ଟରେ ଟୁଡ଼େ ଷ୍ଟିଲ୍ ଡିଲ୍ ନଜର ଆସିବ । ଆଉ ଏହି ଅଫର ଅନୁସାରେ ଗ୍ରାହକ ଘରୋଇ ସାମଗ୍ରୀକୁ ଏକ ଟଙ୍କାରେ କିଣିପାରିବେ ।

ଏହି ଅଫରର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ ଏକ ସର୍ତ୍ତ ପୁରା କରିବା ପାଇଁ ପଡ଼ିବ । ଗ୍ରାହକଙ୍କୁ ୧ ଟଙ୍କାରେ ୩ଟି ସାମଗ୍ରୀ କିଣିବା ପାଇଁ ଅତି କମରେ ୫୯୯ ଟଙ୍କାର କିଣାକିଣି କିରବା ପାଇଁ ପଡ଼ିବ । ଏପରି କରିବା ପରେ ଗ୍ରାହକ ୧ ଟଙ୍କାରେ ୧ କେଜି ଡାଲି, ୧ କିଲୋ ଚିନି ଓ ୧ ଲିଟର ସୋରିଷ ତେଲ କିଣିପାରିବ । ସେଲ ସମୟରେ ଗ୍ରାହକ ଆକ୍ସିସ୍ ବ୍ୟାଙ୍କର କାର୍ଡ଼ ବ୍ୟବହାର କଲେ ତାଙ୍କୁ କ୍ୟାସେବ୍ୟାକ ମଧ୍ୟ ପ୍ରଦାନ କରାଯିବ ।