ଏସପି ସାରା ଶର୍ମାଙ୍କ ଫିଟନେସ୍ ମନ୍ତ୍ର : ଗଜପତି ଷ୍ଟାଡିୟମରେ ନିଜେ ବ୍ୟାୟାମ କରି କଲେ ସଚେତନ

269

କନକ ବ୍ୟୁରୋ : ଗଜପତି ଏସପି ସାରା ଶର୍ମାଙ୍କ ପୁଣି ଏକ ନିଆରା ପଦକ୍ଷେପ । ଶରୀରକୁ ଫିଟ ରଖିବା ପାଇଁ ଆରବିକ ନୃତ୍ୟ କରିବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି । ଗଜପତି ଷ୍ଟାଡିୟମରେ ଏଭଳି ଏକ କାର୍ଯ୍ୟକ୍ରମ କରି ନିଜେ ନୃତ୍ୟ କରିଛନ୍ତି ଏସପି । ଏଭଳି କାର୍ଯ୍ୟକ୍ରମରେ ସହରର ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ଅଂଶଗ୍ରହଣ କରିଥିଲେ । ଏଭଳି ନୃତ୍ୟ କଲେ ଶରୀରରେ ରକ୍ତ ସଂଚାଳନ ଠିକ ରହିବା ସହ ବହୁ ରୋଗ ଭଲ ହୋଇଥାଏ । ସ୍ୱାସ୍ଥ୍ୟ ହିଁ ସମ୍ପଦ । ଏହାକୁ ଫିଟ ରଖିଲେ ଡାକ୍ତରଙ୍କ ପାଖକୁ ଯିବାକୁ ପଡିବ ନାହିଁ ବୋଲି କହିଛନ୍ତି ସାରା । ପୂର୍ବରୁ ମହିଳା ସଶକ୍ତିକରଣ ପାଇଁ ଗୀତ ବୋଲି ଚର୍ଚ୍ଚାରେ ଥିଲେ ସାରା ।

ପୂର୍ବରୁ ମହିଳାଙ୍କ ସୁରକ୍ଷା ପାଇଁ ସି-ଟିମ୍‌ ଗଠନ କରିବା ସହ ଏଥିପାଇଁ ଗୀତଗାଇ ଚର୍ଚ୍ଚାକୁ ଆସିଥିଲେ । ଏବେ ପୁଣି ସେ ଫିଟ୍‌ନେସ ଶିବିର ‘ଜୁମ୍ବା ଏରୋବିକ୍ସ’ ଆୟୋଜନ କରି ଚର୍ଚ୍ଚାକୁ ଆସିଛନ୍ତି । ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମ ପରିସରରେ ଜିଲା ପୋଲିସ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।