ସମ୍ବଲପୁର ଗୋଲବଜାରରେ ଭୟାବହ ଅଗ୍ନିକାଣ୍ଡ ! ଜଳିପୋଡି ପାଉଁଶ ହୋଇଗଲା କୋଟିଏ ଟଙ୍କାର ଜିନିଷପତ୍ର

0

କନକ ବ୍ୟୁରୋ : ସମ୍ବଲପୁର ଗୋଲବଜାରେ ଭୟାବହ ଅଗ୍ନିକାଣ୍ଡ । ଜଳିଯାଇଛି ୨୦୦ରୁ ଉର୍ଦ୍ଧ ଦୋକାନ । କୋଟି କୋଟି ଟଙ୍କାର ସମ୍ପତି ଜଳି ପାଉଁଶ ହୋଇଯାଇଛି । ନିଆଁକୁ ଆୟତ କରିବା ପାଇଁ ଅଗ୍ନିଶମ ବିଭାଗକୁ ପାଖାପାଖି ୩ ଘଂଟା ସମୟ ଲାଗିଥିଲା । ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟିଥିବାରୁ କ୍ଷତିର ପରିମାଣ ଅଧିକ ହୋଇଛି । ପ୍ରାୟ ରାତି ସାଢେ ୩ଟା ବେଳେ ନିଆଁ ଲାଗିଥିଲା ବୋଲି ସୂଚନା ମିଳିଛି ।

ଖବର ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ୩ଟି ଦମକଳ ବାହିନୀକୁ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଥିିଲା । ନିଆଁ ଲିଭା କାର୍ଯ୍ୟରେ ସ୍ଥାନୀୟ କିଛି ଘରୋଇ କଂପାନୀର ନିଆଁଲିଭା ଗାଡିର ମଧ୍ୟ ସହାୟତା ନିଆଯାଇଥିଲା । ସରକାରୀ ନିୟମ ଅନୁସାରେ କ୍ଷତିଗ୍ରସ୍ତକୁ ସହାୟତା ମିଳିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । କେହି ଦୁର୍ବୃର୍ତ୍ତ ନିଆଁ ଲଗାଇ ଦେଇଥିବା ସ୍ଥାନୀୟ ବ୍ୟବସାୟୀ ଅଭିଯୋଗ କରିଛନ୍ତି ।

Comments are closed.