କନକ ବ୍ୟୁରୋ : ସମ୍ବଲପୁର ଗୋଲବଜାରେ ଭୟାବହ ଅଗ୍ନିକାଣ୍ଡ । ଜଳିଯାଇଛି ୨୦୦ରୁ ଉର୍ଦ୍ଧ ଦୋକାନ । କୋଟି କୋଟି ଟଙ୍କାର ସମ୍ପତି ଜଳି ପାଉଁଶ ହୋଇଯାଇଛି । ନିଆଁକୁ ଆୟତ କରିବା ପାଇଁ ଅଗ୍ନିଶମ ବିଭାଗକୁ ପାଖାପାଖି ୩ ଘଂଟା ସମୟ ଲାଗିଥିଲା । ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟିଥିବାରୁ କ୍ଷତିର ପରିମାଣ ଅଧିକ ହୋଇଛି । ପ୍ରାୟ ରାତି ସାଢେ ୩ଟା ବେଳେ ନିଆଁ ଲାଗିଥିଲା ବୋଲି ସୂଚନା ମିଳିଛି ।
ଖବର ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ୩ଟି ଦମକଳ ବାହିନୀକୁ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଥିିଲା । ନିଆଁ ଲିଭା କାର୍ଯ୍ୟରେ ସ୍ଥାନୀୟ କିଛି ଘରୋଇ କଂପାନୀର ନିଆଁଲିଭା ଗାଡିର ମଧ୍ୟ ସହାୟତା ନିଆଯାଇଥିଲା । ସରକାରୀ ନିୟମ ଅନୁସାରେ କ୍ଷତିଗ୍ରସ୍ତକୁ ସହାୟତା ମିଳିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । କେହି ଦୁର୍ବୃର୍ତ୍ତ ନିଆଁ ଲଗାଇ ଦେଇଥିବା ସ୍ଥାନୀୟ ବ୍ୟବସାୟୀ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/vlcsnap-2017-04-04-19h22m39s764.png)