କନକ ବ୍ୟୁରୋ : ସମ୍ବଲପୁର ମାଧ୍ୟମିକ ଶିକ୍ଷା ପରିଷଦର ବୋର୍ଡ ଅଫିସରେ ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ । ଏଥିରେ ଗୁରୁତ୍ୱପୂଣ୍ଣ କାଗଜପତ୍ର, କମ୍ପ୍ୟୁଟର ପୋଡି ପାଉଁଶ ହୋଇଯାଇଛି । ଦୁର୍ବୃତମାନେ ଗାଡିରେ ବି ନିଆଁ ଲଗାଇଦେଇଛନ୍ତି । କିଏ ଏବଂ କାହିଁକି ବୋର୍ଡ ଅଫିସରେ ନିଆଁ ଲଗାଇଛି ସେନେଇ ପୋଲିସ ତଦନ୍ତ କରୁଛି । ଅଗ୍ନିକାଣ୍ଡର ଦୁଇଚକିଆ ଯାନ ପୋଡି ଯାଇଥିବାବେଳେ ବହୁ କାଗଜପତ୍ର ଜଳି ଛାରଖାର ହୋଇଯାଇଛି ।
ଗାଡି ପୋଡିବା ପୂର୍ବରୁ ଦୃର୍ବୃତ୍ତମାନେ ଅଫିସର, ଆଲମିରା, ଟେବୁଲ ଓ ଚୌକି ଓଲଟଇ ଭାଙ୍ଗିରୁଜି ଦେଇଥିଲେ । ବୁଧବାର ମାଟ୍ରିକ କରେସପଣ୍ଡେନଓ କୋର୍ସ ପାଇଁ ଫର୍ମ ପୂରଣ ଶେଷ ତାରିଖ ଥିବାରୁ ପିଲାମାନେ ଫର୍ମ ପୂରଣ କରୁଥିଲେ । ଦିନ ୨ଟାବେଳେ ଦୁର୍ବୃତମାନେ ଅଫିସରେ ପଶି ସମସ୍ତଙ୍କୁ ବାହାରିଯିବାକୁ କହିଥିଲେ । ଏହାପରେ ଅଫିସରେ ଭଙ୍ଗାରୁଜା କରିବା ସବହ ନିଆଁ ଲଗାଇ ଦେଇଛନ୍ତି । ଘଟଣାରେ ଅଜଣା ବ୍ୟକ୍ତିଙ୍କ ନାଁରେ ଏତଲା ଦିଆଯାଇଛି । ପୋଲିସ ଏକ ଟିମ ଗଠନ କରି ଘଟଣାର ଖୋଳତାଡ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/12/FIRE.jpg)
/kanak/media/post_attachments/wp-content/uploads/2018/12/vlcsnap-2018-12-19-20h39m22s540-300x220.png)