ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା ! ୭୬ ଜଣ ସାକ୍ଷ୍ୟକୁ ନେଇ ଫାଇନାଲ ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ

129

କନକ ବ୍ୟୁରୋ : ବଲାଙ୍ଗୀର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଫାଇନାଲ ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଂଚ । ବଲାଙ୍ଗୀର ଏସଡିଜେଏମ କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଛି । ୬୫ ପୃଷ୍ଠାର ଫାଇନାଲ ଚାର୍ଜସିଟ କ୍ରାଇମବ୍ରାଂଚ ଦାଖଲ କରିଛି । ୭୬ ଜଣ ସାକ୍ଷ୍ୟକୁ ନେଇ ଚାର୍ଜସିଟ ଦାଖଲ ହୋଇଛି । ପୂର୍ବରୁ ୩୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା କ୍ରାଇମବ୍ରାଂଚ । ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟର ମାଇଣ୍ଡ ପୁଂଜିଲାଲ ମେହେର ଏବେ ଜେଲରେ ଅଛି । ୨୦୧୮ ଫେବ୍ରୁଆରି ୨୩ ତାରିଖରେ ପାଟଣାଗଡ଼ ଅଂଚଳରେ ଘଟିଥିଲା ପାର୍ସଲ ବୋମା ବିସ୍ଫୋରଣ । ସୌମ୍ୟଶେଖର ଓ ରିମାଙ୍କ ବାହାଘରର ୫ ଦିନ ପରେ ଘରେ ପହଁଚିଥିଲା ଏକ ଗିଫ୍ଟ ପାର୍ସଲ । ଏହାକୁ ଖୋଲିବା ପରେ ଘଟିଥିଲା ଏହି ଭୟଙ୍କର ବିସ୍ଫୋରଣ । ଆଉ ପୁଜିଂଲାଲ ଥିଲା ଏହାର ମାଷ୍ଟର ମାଇଣ୍ଡ ।

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ଖବର ଆସିଥିଲା ୬ ଜଣ ଡକାୟତଙ୍କ ସହ ଜେଲରୁ ଫେରାର୍ ହୋଇଯିବା ନେଇ ଯୋଜନା କରିଥିଲା ପୁଂଜିଲାଲ୍ । ତେବେ ଫାଟକ ଜଗିଥିବା ୱାର୍ଡର ସାଇରନ୍ ବଜାଇ ଦେବାରୁ ପଣ୍ଡ ହୋଇଥିଲା ଯୋଜନା । ୬ ଜଣ ଡକାୟତଙ୍କ ସମେତ ପୁଞ୍ଜିଲାଲକୁ ସେଲ୍ ଭିତରକୁ ନେଇଥିଲେ ଜେଲ କର୍ମଚାରୀ । ତେବେ ଏଘଟଣା ନେଇ ଚାଂଚଲ୍ୟକର ବୟାନ ଦେଇଥିଲା ପୁଂଜିଲାଲ ମେହେର । ମୋର କୌଣସି ଦୋଷ ନାହିଁ, ମୋତେ ଫସାଇବା ପାଇଁ ଚେଷ୍ଟା କରାଯାଇଥିଲା ବୋଲି ଅଭିଯୋଗ କରିଥିଲା ।