ଚଳନ୍ତା ବସରେ ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ଘଟଣା ! ଅଭିଯୁକ୍ତକୁ ଚିହ୍ନଟ କଲା ପୁଲିସ

25

କନକ ବ୍ୟୁରୋ : ଚଳନ୍ତା ବସରେ ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ଘଟଣା । ଅଭିଯୁକ୍ତକୁ ଚିହ୍ନଟ କରିଛି ପୁଲିସ । ବସକୁ ଚିହ୍ନଟ କରି ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ପଚରାଉଚରା ଜାରି ରଖିଛି ପୁଲିସ । କେନ୍ଦ୍ରାପଡା ଅଂଚଳରେ ସ୍ପଟ ଭେରିଫିକେଶନ ଚାଲିଥିବା ନେଇ କମିଶନରେଟ ପୁଲିସ ସୂଚନା ଦେଇଛି । ଏହି ମାମଲାରେ ଗତକାଲି ମହିଳା ସାମ୍ବାଦିକାଙ୍କୁ ବୟାନ ରେକର୍ଡ କରିଥିଲା କମିସନରେଟ ପୁଲିସ ।

କଟକ ଡିସିପି ସଂଜୀବ ଆରୋରା ଘଟଣାର ତଦନ୍ତ କରି ବୟାନ ରେକର୍ଡ କରିଥିଲେ । ବସ୍ ଭିତରେ ଅସଦାଚରଣର ଶିକାର ହୋଇଥିବା ମହିଳା ସାମ୍ବାଦିକ ଜଣକ ୧୦୦ ନମ୍ବରକୁ ଫୋନ୍ ଲଗାଇବା ସହ ମହିଳା ହେଲ୍ପ ଲାଇନ୍ ନମ୍ବର ୧୦୯୧କୁ ବି ଫୋନ୍ ଲଗାଇଥିଲେ । ହେଲେ କେହି ଫୋନ୍ ଉଠାଇଲେନି । ତେଣୁ ଘଟଣାକୁ ନେଇ ସୋସିଆଲ ମିଡିଆ ସହ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।