ଟମାଟୋ ପରେ ଏବେ ପାନ ପାଇଁ ହନ୍ତସନ୍ତ ହେବ ପାକିସ୍ତାନ ! ପାନ ପଠାଇବା ପାଇଁ ମନାକଲେ ଭାରତୀୟ ଚାଷୀ

356

କନକ ବ୍ୟୁରୋ : ପୁଲୱାମା ଆକ୍ରମଣ ପରେ କେନ୍ଦ୍ର ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ କୃଷକମାନେ ନିଜ ସ୍ତରରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛନ୍ତି । କୃଷକଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀମାନେ ପାକିସ୍ତାନ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି । ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ପାନ କୃଷକମାନେ ପାକିସ୍ତାନକୁ ପାଠ ପଠାଇବା ପାଇଁ ମନା କରିଦେଇଛନ୍ତି ।

ଛତରପୁର ଜିଲ୍ଲାର ଗଡ଼ିମଲହରା, ମହାରାଜପୁର, ପପଟ୍, ପନାଗାର ଓ ମହୋବା ଜିଲ୍ଲାରେ ପାନ ଉତ୍ପାଦନ ଭଲ ହୁଏ । ଏଠାରୁ ଭାରତର ଅନେକ ସହହରକୁ ପାନ ପଠାଯାଏ । ଏହାବ୍ୟତୀତ ଏହି ସ୍ଥାନରୁ ପାକିସ୍ତାନ, ଶ୍ରୀଲଙ୍କା ଆଦି ଦେଶରେ ପାନ ପଠାଯାଏ । ପାନ କୃଷକଙ୍କ କହିବା ଅନୁସାରେ ପୁଲୱାମା ଆକ୍ରମଣରେ ଆମେ ଆହତ । ଆତଙ୍କବାଦୀଙ୍କ ଆକ୍ରମଣ ଦେଶ ବୀର ପୁତ୍ରଙ୍କୁ ହରାଇଛି । ଏପରିସ୍ଥଳେ ପାକିସ୍ତାନକୁ ଆମେ ପାନ ବିକ୍ରି କରିବୁ ନାହିଁ । କ୍ଷତି ପହଞ୍ଚିଲେ ମଧ୍ୟ ଆମେ ଶତ୍ରୁ ଦେଶକୁ ପାନ ପଠାଇବୁ ନାହିଁ ।

ସୂଚନାଯୋଗ୍ୟ ଛତରପୁର ର ପାନ ମେରଟ ଓ ଶହାରଙ୍ଗପୁର ଠାରୁ ପାକିସ୍ତାନ ପଠାଯାଏ । ପ୍ରତି ସପ୍ତାହ ୩ ଦିନ ୪୫ରୁ ୫୦ ବଣ୍ଡଲ ପାନ ପାକିସ୍ତାନ ପଠାଯାଏ । ପାନର ଏକ ବଣ୍ଡଲର ମୂଲ୍ୟ ୩୦ ହଜାର ଟଙ୍କା । ଏପରିସ୍ଥିିଳେ ଆନୁମାନିକ ଭାବେ ପାନ ଚାଷୀମାନେ ପାକିସ୍ତାନକୁ ପାନ ନପାଠଇଲେ ୧୩ରୁ ୧୫ ଲକ୍ଷ ଟଙ୍କା ହରାଇବେ । ଯେତେ କ୍ଷତି ହେଲେ ବି ଚିନ୍ତା ନାହିଁ, କିନ୍ତୁ ଶତ୍ରୁ ଦେଶକୁ ପାନ ପଠାଯିବ ନାହିଁ ବୋଲି କହିଛନ୍ତି ପାନ ଚାଷୀ ।