ଯୋଗୀ ରାଜ୍ୟରେ ଅସହାୟ କୃଷକ : ଋଣ ଦେବାକୁ ମନା କଲା ସରକାରୀ ବ୍ୟାଙ୍କ, କିଡ଼ନୀ ବିକ୍ରି କରିବାକୁ ବାଧ୍ୟ ଚାଷୀ

235

କନକ ବ୍ୟୁରୋ : କୃଷକ ଦେଶର ମେରୁଦଣ୍ଡ । ଦିନ ରାତି କଠିନ ପରିଶ୍ରମ କରି ସମସ୍ତଙ୍କୁ ଦାନା ଯୋଗାଉଥିବା ଚାଷୀ କିନ୍ତୁ ଆଜି ଅସହାୟ । କେନ୍ଦ୍ର ସରକାରଙ୍କ ଏକାଧିକ ଯୋଜନା ସତ୍ୱେ ଚାଷୀମାନେ ସିଧାସଳଖ ଉପକୃତ ହୋଇପାରୁ ନାହାନ୍ତି । କଥାରେ କେତେବେଳେ ଅଭାବି ବକ୍ରି ଆଉ କେତେବେଳେ ରୋଗପୋକ ଆଉ ପୁଣି କେବେ ଅଦିନିଆ ବର୍ଷା ଚାଷୀ ଉପରେ ଦାଉ ସାଧେ । ଅନ୍ୟପଟେ ଦୁର୍ବଳ ଉପରେ ସବଳର ଅତ୍ୟାଚାର ନ୍ୟାୟରେ ଋଣ ଦେଇଥିବା ମହାଜନ ଚାଷୀକୁ କମ ହଇରାଣ କରେନି । ଏସବୁରୁ ଉରଦ୍ଧ୍ୱକୁ ଯାଇ ଚାଷୀଟିଏ ସରକାରୀ ସୁବିଧାର ଲାଭ ଉଠାଇ ବ୍ୟାଙ୍କକୁ ଋଣ ପାଇଁ ଗଲେ ସେଠି ବି ହତାଶା ହିଁ ମିଳେ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସାହାରନପୁର ଜିଲ୍ଲାରେ ।

ଯୋଗୀ ରାଜ୍ୟରେ ଆଜି ଚାଷୀ ଅସହାୟ । ଅପରାଧ ନିୟନ୍ତ୍ରଣରେ ଫେଲ ମାରିଥିବା ୟୁପି ସରକାର ଚାଷୀଙ୍କୁ ମଧ୍ୟ ସାହାଯ୍ୟ କରିବାରେ ଫେଲ୍ ମାରିଛନ୍ତି । ଋଣବୋଝ ତଳେ ଚାପି ହୋଇଥିବା ଜଣେ କୃଷକ ପୋଷ୍ଟର ଲଗାଇ କିଡ଼ନୀ ବିକ୍ରି କରିବା ପାଇଁ ଘୋଷଣା କରିଛନ୍ତି । ସାହାରନପୁରର ସରସାବା ଥାନା ଅନ୍ତର୍ଗତ ସରତସାଲି ଗାଁର ଗରିବ ଚାଷୀ ରାଜକୁମାରେ ପ୍ରଧାନମନ୍ତ୍ରୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ନେଇଥିଲେ । ହେଲେ ପାଖରେ ପ୍ରଶିକ୍ଷଣର ପ୍ରମାଣ ପତ୍ର ଥିଲେ ମଧ୍ୟ ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ଚପଲ ଛିଣ୍ଡିଗଲା ସତ ହେଲେ ଋଣ ମିଳିଲାନି ।

ବ୍ୟାଙ୍କରୁ ହସାଶା ପାଇବା ପରେ ନିଜ ବନ୍ଧୁ ପରିଜନଙ୍କ ଠାରୁ ଧାରକରଜ ଆଣି କିଛି ଗାଇ କିଣିବା ସହ ଏକ ଗୁହାଳ ନିର୍ମାଣ କରିଥିଲେ ରାଜକୁମାର । ହେଲେ ଏବେ କରଜ ଦେଇଥିବା ଲୋକ ତାଙ୍କୁ ହଇରାଣ କରୁଛନ୍ତି । ତୁରନ୍ତ ଋଣ ପରିଶୋଧ କରିବା ପାଇଁ ଧମକଚମକ ମଧ୍ୟ ଦେଉଛନ୍ତି । ହେଲେ ବର୍ତ୍ତମାନ ସମୟରେ ରାଜକୁମାରଙ୍କ ପାଖରେ ଟଙ୍କାଟିଏ ନାହିଁ । ଗୋଟିଏ ପଟେ ଟଙ୍କା ଫେରାଇବା ପାଇଁ ଏକଦମ ଅସମର୍ଥ ରାଜକୁମାର । ଅନ୍ୟପଟେ ବନ୍ଧୁପରିଜନଙ୍କ ଗଞ୍ଜଣା ବି ଅସହ୍ୟ । ରାଜକୁମାରଙ୍କ ପାଖରେ ରାସ୍ତା ନାହିଁ । ଶେଷରେ ଅନ୍ୟ ଉପାୟ ନପାଇ କିଡ଼ନୀ ବିକ୍ରି କରିବା ପାଇଁ ବାହାରିଛନ୍ତି ରାଜକୁମାର । ରାଜକୁମାର ବିକ୍ରି କରିବା ପାଇଁ ପୋଷ୍ଟର ଲଗାଇଛନ୍ତି ରାଜକୁମାର ।

ତେବେ ଏହି ଘଟରା ପ୍ରଘଟ ପରେ ପ୍ରଶାସନ ଆଖିକୁ ଆସିଛି । ତଦନ୍ତ ପରେ ହିଁ ସ୍ଥିତି ସ୍ପଷ୍ଟ ହେବ ବୋଲି କହିଛି ସାହାରନପୁର ପ୍ରଶାନ । କେଉଁ ପରିସ୍ଥିତିରେ ବ୍ୟାଙ୍କ ରାଜକୁମାରଙ୍କୁ ଋଣ ଦେଇନାହିଁ ତାହାର ବି ତଦନ୍ତ ହେବ ।