କନକ ବ୍ୟୁରୋ : ଆଉ ଶୁଭିବନି ଚୁମକିର ଡାକ । ଜୁଇ ଜଳୁଛି । ଆଉ ଜୁଇରେ ଜଳୁଛି ଚୁମକି । ଚୁମକି ହେଉଛି ସେହି ଶୂଆ ଯାହାର ଗତକାଲି ମୃତ୍ୟୁ ହୋଇଛି । ଏପରି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ । ସ୍ଥାନୀୟ ଡିଏନକେ କଲୋନୀରେ ରହୁଥିବା ସ୍ୱର୍ଗତ ଦାମୋଦର ନାୟକଙ୍କ ପରିବାର ୩୫ ବର୍ଷ ତଳେ ଶୁଆଟିକୁ ଛୋଟ ବେଳୁ କିଣିଥିଲେ । ତାକୁ ଖୁଆଇ ପିଆଇ ପରିବାର ସଦସ୍ୟ ଭାବେ ପାଳୁଥିଲେ ।
ଶୁଆର ନାଁ ଦେଇଥିଲେ ଚୁମକି । ଗତକାଲି ଶୁଆଟିର ମୃତ୍ୟୁ ହୋଇଥିଲା । ଶୁଆଟି ମରିଯିବା ପରେ ତାକୁ ହିନ୍ଦୁ ରିତିନୀତି ଅନୁସାରେ ଶବ ସତ୍କାର କରାଯାଇଛି । ମୃତ ଶୁଆ ପାଖରେ ଦୀପ ଜାଳିବା ସହିତ ଜୁଇ ପ୍ରସ୍ତୁତ କରି ସେଥିରେ ପୋଡାଯାଇଥିଲା । ୩୫ବର୍ଷ ଧରି ଶୁଆଟିକୁ ଘରର ଜଣେ ସଦସ୍ୟ ଭାବେ ପାଳିଥିବାରୁ ଶୁଆର ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ପୁରା ପରିବାର ଚୁମକିର ମୃତ୍ୟୁ ପରେ ତାକୁ ଝୁରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/CHUMKI.jpg)