ଧରାପଡ଼ିଲା ରାଉରକେଲାର ଠକ ସର୍ଦ୍ଦାର ! ଚାକିରିର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ

36

କନକ ବ୍ୟୁରୋ : ଧରାପଡ଼ିଲା ଠକସର୍ଦ୍ଦାର । ଚାକିରିର ପ୍ରଲୋଭନ ଦେଖାଇ ଠକି ଆସୁଥିବା ଏକ ରାକେଟ୍ର ପର୍ଦ୍ଦାଫାଶ୍ କରିଛି ରାଉରକେଲା ପୁଲିସ୍ । ର୍ୟାକେଟର ଦଲାଲ ବିଦ୍ୟାଧର ପଣ୍ଡାଙ୍କୁ ଗିରଫ କରିବାରେ ପୁଲିସ୍ ସଫଳ ହୋଇଛି । ଏଥିସହ ଜଣାପଡ଼ିଛି ରାକେଟର ଲମ୍ବା ନେଟୱର୍କ ।

ବିଦ୍ୟାଧର ପଣ୍ଡା । ପେଶା – ଅବସରପ୍ରାପ୍ତ ପିଅନ୍ । ନିଶା – ଚାକିରି ଲୋଭ ଦେଖାଇ ଲୋକଙ୍କୁ ଠକିବା । ଗାଁ ଗହଳିର ନୀରିହ ପରିବାରଙ୍କୁ ପ୍ରଥମେ ବିଦ୍ୟାଧର ଦେଖାଇ ଥାଏ ସରକାରୀ ଚାକିରିର ପ୍ରଲୋଭନ୍, ତା’ପରେ ଠକି ନିଏ ହଜାର ହଜାର ଟଙ୍କା । ବାଣପୁର ଅଂଚଳର ୪ଜଣ ଯୁବତୀ ଚାକିରି ପାଇଁ ବିଦ୍ୟାଧରଙ୍କୁ ଭେଟିବାକୁ ଏକ ହୋଟେଲରେ ରହିଥିବା ପୂର୍ବରୁ ଖବର ପାଇ ପ୍ଲାଂଟସାଇଟ୍ ପୁଲିସ୍ ବିଦ୍ୟାଧରକୁ ରାତିଅଧିଆ ଉଠାଇ ନେଇଥିଲା ।

ଠକେଇ ପାଇଁ ବିଦ୍ୟାଧର ପଣ୍ଡା ଗାଁ ଗାଁ ବୁଲି ପ୍ରଥମେ ଶିକାର ଚିହ୍ନଟ୍ କରିଥାଏ । ଏହାପରେ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରି ଦେବାର ପ୍ରଲୋଭନ ଦେଖାଏ ବିଦ୍ୟାଧର । ତାପରେ ଆବେଦନପତ୍ର ବାବଦରୁ ୫୦୦ରୁ ୧୦୦୦ ଟଙ୍କା, ଅନଲାଇନ୍ ପଂଜୀକରଣ ବାବଦକୁ ୩ରୁ ୫ ହଜାର ଟଙ୍କା ଓ ଅନ୍ୟ ଆଳ ଦେଖାଇ ୪୦ରୁ ୭୦ ହଜାର ଟଙ୍କା ଯାଏଁ ସେ ଠକିନେଇଥାଏ । ରାକେଟର କିଙ୍ଗପିନ୍ ଭୁବନେଶ୍ୱରରେ ରହୁଥିବା ସନ୍ଦେହ କରି ପୁଲିସ୍ ଜାରରଖିଛି ଯାଂଚ । ଅନ୍ୟପଟେ ବିଦ୍ୟାଧରଙ୍କ ଗିରଫଦାରୀ ପରେ ଆଗକୁ ପୁରା ରାକେଟର ପର୍ଦ୍ଦାଫାଶ୍ ହେବା ପୁଲିସ୍ କହିଛି । ଏଥିସହ ପୁରା ନେଟୱର୍କ ଧରିବାକୁ ପୁଲିସ୍ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଂଟ୍ ।