ଗଣେଶ ବିସର୍ଜନ ଯୋଗୁଁ ଲଂଚ ଡ଼େଟରୁ ଅଟୋରେ ଫେରିଲେ ଇଶା ଦେଓଲ !

42

ଅଟୋରେ ଘରକୁ ଫେରିଲେ ବଲିଉଡ଼ ଅଭିନେତ୍ରୀ ଇଶା ଦେଓଲ । ସ୍ୱାମୀ ଭରତଙ୍କ ସହ ମୁମ୍ବାଇ ସଡ଼କରେ ଅଟୋରେ ବୁଲୁଥିବାର ନଜର ଆସିଥିଲେ । ମା’ ହେବାକୁ ଯାଉଥିବା ଇଶା ଦେଓଲ ମଙ୍ଗଳବାର ଦିନ ଭରତଙ୍କ ସହ ଲଂଚ ଡେଟରେ ଯାଇଥିଲେ । କିନ୍ତୁ ଗଣେଶ ବିସର୍ଜନ ଯୋଗୁଁ ମୁମ୍ବାଇରେ ବହୁତ ଟ୍ରାଫିକ ଥିଲା । ଏଥିପାଇଁ ସେ ନିଜର ବିଳାଶପୂର୍ଣ୍ଣ କାର ଛାଡ଼ି ଅଟୋରେ ଘରକୁ ଫେରିବା ପାଇଁ ଉଚିତ ମଣିଥିଲେ । ଇଶା ଅଟୋରେ ଯିବା ସମୟର ଫଟୋକୁ ଇନଷ୍ଟାଗ୍ରାମରେ ଶେୟାର ମଧ୍ୟ କରିଛନ୍ତି ।

hema-malini-esha-deol-pregnancy-759ନିକଟରେ ଇଶାଙ୍କ ମା’ ହେମା ମାଳିନୀ ତାଙ୍କର ଗୋଦଭରାଇ ପରମ୍ପରା ଆୟୋଜିତ କରିଥିଲେ । ଏଥିରେ ବଲିଉଡ଼ର ବହୁତ ବଡ଼ ବଡ଼ ହସ୍ତୀ ସାମିଲ ଥିଲେ । ସୂଚନାଯୋଗ୍ୟ ଗତ ମାସ ଖବର ଆସିଥିଲା, ପୁଣି ଥରେ ବିବାହ କରିବେ ଇଶା ଦେଓଲ । ବଲିଉଡ଼୍ ଅଭିନେତ୍ରୀ ଇଶା ଦେଓଲ ଏବେ ମା’ ହେବାକୁ ଯାଉଛନ୍ତି । ଏନେଇ ପ୍ରାୟତଃ ସେ ସୋସିଆଲ ମିଡ଼ିଆରେ ନିଜର ଫଟୋ ଶେୟାର କରନ୍ତି । ତେବ ଖବର ଅନୁସାରେ ସେ ନିଜ ସ୍ୱାମୀଙ୍କୁ ଆଉ ଥରେ ବିବାହ କରିବେ । ସିନ୍ଧୀ ପରିବାରରେ ଏପରି ପରମ୍ପରା ରହିଛି । ମା’ ହେବା ସମୟରେ ଏହି ପ୍ରକାରର ପରମ୍ପରାର ପାଳନ ହୁଏ । ଯାହାକୁ ଇଶା ଓ ତାଙ୍କ ସ୍ୱାମୀ ଭରତ ପୁରା କରିବେ । ତେବେ ସୂଚନା ଅନୁସାରେ ଇଶାଙ୍କ ପୂର୍ବରୁ ସଲମାନ ଖାନଙ୍କ ଠାରୁ ଆରମ୍ଭ କରି ହ୍ରିତିକ ରୋଶନ ପର୍ଯ୍ୟନ୍ତ ସମେସ୍ତ ଅଟୋରେ ଭ୍ରମଣ କରିସାରିଛନ୍ତି ।

ତେବେ ବଲିଉଡ଼ ଭାଇଜାନ ସଲମାନ ଅଟୋରେ ଭ୍ରମଣ କରିବା ଖବର ବେଶ ଲୋକପ୍ରିୟ ହୋଇଥିଲା । ମିଟର ହିସାବରେ ତାଙ୍କ ଘର ପର୍ଯ୍ୟନ୍ତ ଅଟୋ ଭଡ଼ା ୧୮ ଟଙ୍କା ହେଉଥିଲା । କିନ୍ତୁ ସଲମାନ ଅଟୋ ଚାଳକକୁ ୧୦୦୦ ଟଙ୍କା ଦେଇଥିଲେ । ରଣବୀର କପୁର ଓ ଇମତିଆଜ ଅଲ୍ଲୀ ମଧ୍ୟ ଅଟୋରେ ଭ୍ରମଣ କରିସାରିଛନ୍ତି । ଉଭେୟ ଅଟୋରେ ପ୍ଲେ ଦେଖିବା ପାଇଁ ଯାଇଥିଲେ । ଏହାସହ ରଣବୀର କପୁର ସିନେମା ‘ତମାଶା’ ସମୟରେ ଟ୍ରେନରେ ମଦ୍ୟ ଯାତ୍ରା କରିଛନ୍ତି ।

ଜ୍ୟାକଲିନ ଫର୍ଣ୍ଣାଡ଼ିଜ ବିଗତ କିଛି ଦିନ ର୍ପୂବରୁ ନିଜ ଭାଇ ସହ ମୁମ୍ବାଇ ସଡ଼କରେ ଅଟୋରେ ଦେଖାଦେଇଥିଲେ । ସେହିପରି ଦିଶା ପଟ୍ଟାନୀ ବିଗତ ବର୍ଷ ନିଜର ବୟଫ୍ରେଣ୍ଡ ଟାଇଗର ଶ୍ରଫଙ୍କ ସହ ଡିନର ଡେଟରେ ଯାଇଥିଲେ । ତେବେ ମିଡ଼ିଆ ଠାରୁ ଦୂରେଇ ଯିବା ପାଇଁ ସେ ଟାଇଗରଙ୍କ କାରରେ ନଆସି ଅଟୋରେ ଯିବା ଉଚିତ ମଣିଥିଲେ । ହ୍ରତିକ ରୋଶନ ମଧ୍ୟ ଚଳିତ ବର୍ଷ ଜାନୁୟାରୀରେ ନିଜର ଦୁଇ ପୁଅ ରିଧାନ ଓ ରିହାନ ସହ ଅଟୋରେ ଭ୍ରମଣ କରୁଥିବାର ଦେଖା ଯାଇଥିଲା । ସେ ଏହାର ଫଟୋ ଟ୍ୱିଟରେ ଶେୟାର କରିଥିଲେ ।