ସୁନୀଲ ସେଠୀଙ୍କ କନ୍ୟାଙ୍କ ନାଁରେ ସାଂଘାତିକ ଅଭିଯୋଗ ! ସୋନମ କପୁର ବନି ବିଦେଶରେ ଠକି ଚାଲିଛନ୍ତି ଲୋକଙ୍କୁ

35

ଏହି ନାୟିକା ଜଣଙ୍କ କିଛି ଦିନ ହେଲା ଲଣ୍ଡନରେ ନିଜର ଏକ ସିନେମାର ସୁଟିଂ କାମରେ ବ୍ୟସ୍ତ ଅଛନ୍ତି । ମାତ୍ର ସେଠାକାର ଲୋକେ ତାଙ୍କୁ ସୋନମ କପୁର ବୋଲି ଭାବିଛନ୍ତି । ରୋମାଂଚକର କଥା ହେଲା, ଏହି ନାୟିକା ଜଣଙ୍କ ସେମାନଙ୍କର ଏହି ଭ୍ରମର ଫାଇଦା ଉଠାଇବା ସହ ସୋନମଙ୍କ ନାଁରେ ମଧ୍ୟ ଅଟୋଗ୍ରାଫ୍ ଦେଉଛନ୍ତି । ତେବେ ଏହି ନାୟିକା ଜଣଙ୍କ ଅନ୍ୟ କେହି ନୁହେଁ ଏ ହେଉଛନ୍ତି ସୁନୀଲ ସେଠୀଙ୍କ କନ୍ୟା ଅଥିୟା ସେଠୀ । ଯିଏ କି କିଛି ଦିନ ହେଲା ଲଣ୍ଡନରେ ନିଜ ଆଗାମୀ ସିନେମା ‘ମୁବାରକ୍’ ପାଇଁ ସୁଟିଂ କରୁଛନ୍ତି ।

ଏହା ସହ ପଢନ୍ତୁ –ହତ୍ୟା ନା ଆତ୍ମହତ୍ୟା ! ଦିବ୍ୟା ଭାରତୀଙ୍କ ମୃତ୍ୟୁ ରହସ୍ୟରୁ ଉଠିଲା ପରଦା

ସୂଚନା ମୁତାବକ, ଯେତେବେଳେ ଅଥିୟାଙ୍କୁ ଏସଂପର୍କରେ ପଚରା ଯାଇଥିଲା ସେତେବେଳେ ସେ କହିଥିଲେ କି, ‘ଲୋକେ ମୋତେ ଏଥିପାଇଁ ସୋନମ କପୁର ଭାବୁଛନ୍ତି କାରଣ ଆମ ଦୁହିଁଙ୍କ ଉଚ୍ଚତା ପ୍ରାୟତଃ ସମାନ । ଖାଲି ସେତିକି ନୁହେଁ ଲୁକଠାରୁ ଆରମ୍ଭ କରି ହେୟାର ଏବଂ ଡ୍ରେସିଂ ମଧ୍ୟ ପ୍ରାୟତଃ ଏକାଭଳି । ଯେଉଁଥି ପାଇଁ ସେମାନେ ମୋତେ ସୋନମ ବୋଲି ଭାବି ବସିଛନ୍ତି । ମୁଁ ସେମାନଙ୍କୁ ଏହି କଥା କହି କହି ଥକି ଗଲିଣି କି ମୁଁ ସୋନମ କପୁର ନୁହେଁ ମୁଁ ଅଥିୟା ସେଠୀ ବୋଲି ମାତ୍ର କେହି ବି ମୋ କଥାକୁ ବିଶ୍ୱାସ କରୁନାହାଁନ୍ତି । ଏବେ ମୁଁ ସେମାନଙ୍କୁ ବୁଝାଇବା ଛାଡି ଦେଇଛି ଏବଂ ସୋନମଙ୍କ ନାଁରେ ହିଁ ଅଟୋଗ୍ରାଫ୍ ଦେଉଛି ।’ ସେ ଆଉ ମଧ୍ୟ କହିଥିଲେ କି, ସେ ଏବିଷୟରେ ମଧ୍ୟ ସୋନମ କପୁରଙ୍କୁ କହି ଦେଇଛନ୍ତି ।

ଏହା ସହ ପଢନ୍ତୁ –ବଲିଉଡର କିଙ୍ଗ୍ ଖାନଙ୍କୁ ଆମେରିକାର ବିମାନ ବନ୍ଦରରେ ଉଲଗ୍ନ କରି କରାଯାଏ ଯାଂଚ ! ଜାଣନ୍ତୁ ଏହା ପଛରେ ଥିବା ରାଜ୍