ବଲିଉଡର କିଙ୍ଗ୍ ଖାନଙ୍କୁ ଆମେରିକାର ବିମାନ ବନ୍ଦରରେ ଉଲଗ୍ନ କରି କରାଯାଏ ଯାଂଚ ! ଜାଣନ୍ତୁ ଏହା ପଛରେ ଥିବା ରାଜ୍

65

ଅଧିକାଂଶ ସମୟରେ ଶୁଣିବାକୁ ମିଳେ କି ବଲିଉଡର କିଙ୍ଗ ଖାନ ଯେତେବେଳେ ବି ଆମେରିକା ଗସ୍ତ କରନ୍ତି ସେତେବେଳେ ଏୟାର ପୋର୍ଟରେ ତାଙ୍କୁ ଦୀର୍ଘ ସମୟ ଧରି ଅଟକାଇ ଯାଂଚ କରାଯାଇଥାଏ । ଏମିତିକି ସିକ୍ୟୁରିଟି ତାଙ୍କର ସଂପୂର୍ଣ୍ଣ ପୋଷାକ ଖୋଲି ତାଙ୍କର ତନଖି କରିଥାନ୍ତି ବୋଲି ଏକ ସୂତ୍ରରୁ ଖବର ମିଳିଛି । ତେବେ ଏହା କେବଳ ଶାହରୁଖଙ୍କ ସହ ହିଁ କରାଯାଇଥାଏ । ଏହାର କାରଣ ସଂପର୍କରେ ଆସନ୍ତୁ ଜାଣିବା ।

ସୂଚନା ମୁତାବକ, ଏହାର ପ୍ରଥମ କାରଣ ହେଲା, ଶାହରୁଖ ଜଣେ ମୁସଲମାନ । କାରଣ ତାଙ୍କ ନାଁ ପଛରେ ଖାନ ଯୋଡା ଯାଇଛି । ତେବେ ଅନ୍ୟ ଏକ ଖବର ମଧ୍ୟ ଶୁଣିବାକୁ ମିଳିଛି କି, ୯୦ ଦଶକରେ ଯେତେବେଳେ ବଲିଉଡରେ ଅଣ୍ଡରୱାଲ୍ଡ ଡନର ରାଜ୍ ଥିଲା ଏବଂ ସେତେବେଳେ ବଲିଉଡର ଅନେକ କଳାକାର ତା ସହିତ ହାତ ମିଳାଇଥିଲେ । ଖାଲି ସେତିକି ନହେୁଁ ଏହି କଳାକାରମାନେ ଦୁବାଇ ଯାଇ ଅଣ୍ଡରଓାଲ୍ଡ ଡନ ଦାଉଦର ପାର୍ଟିରେ ମଧ୍ୟ ସାମିଲ ହେଉଥିଲେ ଏଥିସହ ବିଭିନ୍ନ ଷ୍ଟେଜ୍ ଶୋ’ରେ ମଧ୍ୟ ଯୋଗ ଦେଉଥିଲେ ।

ତେବେ କୁହାଯାଏ ଏଭଳି ଏକ ଷ୍ଟେଜ୍ କାର୍ଯ୍ୟକ୍ରମରେ ଶାହରୁଖ ଖାନ୍ ସାମିଲ ହୋଇଥିଲେ । ଆଉ ଯାହାର ମୁଖ୍ୟ ଆୟୋଜନ ଥିଲା ପାକିସ୍ତାନର ଖୁଫିଆ ଏଜେନ୍ସି ତଥା ଆଇଏସଆଇ ସଂଗଠନ । ତେବେ ଏହି କାର୍ଯ୍ୟକ୍ରମରେ ମିଳିଥିବା ସମସ୍ତ ଟଙ୍କା ଆତଙ୍କବାଦୀ ଫଣ୍ଡକୁ ଦିଆଯାଇଥିଲା । ଯାହାର ସୂଚନା ଆମେରିକାର ଗୁଇନ୍ଦା ସଂସ୍ଥା ତଥା ସିଆଇଏକୁ ମିଳି ଯାଇଥିଲା । ସେହିଦିନଠାରୁ ଆମେରିକାର ସନ୍ଦେହ ଦୃଷ୍ଟିରେ ରହିଆସିଛନ୍ତି ବଲିଉଡର କିଙ୍ଗ୍ ଖାନ ଶାହରୁଖ । ଯଦିଓ ଭାରତ ସରକାର ଏହି ମାମଲାଟିକୁ ଗମ୍ଭୀରତାର ସହ ନେଇ ନଥିଲେ ମାତ୍ର ଆମେରିକା ନିଜ ଦେଶର ସୁରକ୍ଷା ପାଇଁ କୌଣସି ପ୍ରକାରର ବୁଝାମଣା କରିବାକୁ ପସନ୍ଦ କରେନି ।