ଝାଡଖଣ୍ଡରେ ବହୁମତ ପାଖାପାଖି ଜେଏମଏମ ମେଣ୍ଟ : ବାଣ ଫୁଟାଇ , ମିଠା ବାଣ୍ଟି ଉତ୍ସବ ମନାଉଛନ୍ତି ହେମନ୍ତ ସୋରେନଙ୍କ ସମର୍ଥକ

749

କନକ ବ୍ୟୁରୋ : ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନରେ ପରାଜୟ ଆଡକୁ ମୁହାଁଉଛି ବିଜେପି । ସଂଖ୍ୟା ଗଣିତରେ ବହୁମତ ଆଡକୁ ଅଗ୍ରସର ହେଉଛି ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା ଏବଂ ତାର ସହ ଯୋଗୀ ମେଣ୍ଟ ଦଳ । ୮୧ ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାରେ ସରକରା ଗଢିବା ପାଇଁ ଆବଶ୍ୟକ ସଂଖ୍ୟା ରହିଛି ୪୧ । ଭୋଟ୍ ଗଣତିରେ ଜେଏମଏମ୍ ମହାମେଂଟକୁ ୪୧ ଆସନ ମିଳିବା ଏକ ପ୍ରକାର ସମ୍ଭାବନା ଦେଖାଦେଇଛି । କଂଗ୍ରେସ-ଜେଏମଏମ ଓ ଆରଜେଡି ମେଂଟ ୪୧ ଆସନରେ ଆଗୁଆ ରହିଛନ୍ତି । ସେପଟେ ବିଜେପି ୨୮ ଅସନରେ ଆଗୁଆ ରହିଛି  ।

ମହାମେଂଟକୁ ବହୁମତ ପାଖାପାଖି ରହିଥିବାରୁ ଜେଏମଏମ ମେଂଟ ସରକାର ଗଢିବା ଆଶା ଏକ ପ୍ରକାର ଚୂଡାନ୍ତ ବୋଲି କୁହାଯାଉଛି । ଯଦି ଏପରି ହୁଏ ତେବେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ଅଧିକ ରହିଛି । ବିଜେପି ନିର୍ବାଚନରେ ଏକାକୀ ଓହ୍ଲାଇଥିବା ବେଳେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ଜନତା ଦ ସହ ହାତ ମିଳାଇଥିଲା କଂଗ୍ରେସ  । ୨୪ ଟି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ୮୧ ବିଧାନସଭା ଆସନ ପାଇଁ ଗଣତି ଚାଲିଛି । ଜେଏମଏମ ମେଂଟ ବହୁମତ ପାଖାପାଖି ଥିବା ବେଳେ ଖୁସିର ମାହୋଲ ଦେଖାଦେଇଛି ।  ବାଣ ଫୁଟାଇ , ମିଠା ବାଂଟି କର୍ମୀ ଉତ୍ସବ ମନାଉଛନ୍ତି  ।

ଝାଡଖଣ୍ଡ ଭୋଟ ଗଣତି ସମୟ ଆଗେଇବା ସହ ଜେଏମଏମ ମେଂଟ ସରକାର ଗଢିବା ନେଇ ସମ୍ଭାବନା ଦେଖାଦେଇଛି । ଏହାରି ମଧ୍ୟରେ ବିଜେପି ମଧ୍ୟ ସରକାର ଗଢିବା ନେଇ ଆଶା ହରାଇନଥିବା ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ରଘୁବର ଦାସ ।