ପ୍ରଚାର ମୈଦାନରେ ପ୍ରାର୍ଥୀ : ଘରକୁ ଘର ଯାଇ ଭୋଟ ମାଗୁଛନ୍ତି ନେତା

87

କନକ ବ୍ୟୁରୋ : ବାଲିଗୁଡାରେ ଜମୁଛି ପ୍ରଚାର । ଏଥର ବାଲିଗୁଡା ବିଧାନସଭା ଆସନରେ ୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ମଧ୍ୟ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା ରହିଛି । ବିଜେପି ବିଧାୟକ ପ୍ରାର୍ଥୀ କରେନ୍ଦ୍ର ମାଝି ଦଳ ବଳ ସହ ଜୋରଦାର ପ୍ରଚାର କରୁଛନ୍ତି । କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ କାମକୁ ଓ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ସେ ଭୋଟରଙ୍କ ପାଖକୁ ଯାଉଛନ୍ତି । ତେବେ ବାଲିଗୁଡାରେ ବିଜେଡିର ପ୍ରାର୍ଥୀ ଚକ୍ରଧର କହଁର ଓ କଂଗ୍ରେସ ଟିକେଟରେ ସିମନ ମଲ୍ଲିକ ଲଢୁଛନ୍ତି ।

ସେପଟେ ବାଲେଶ୍ୱର ସିମୁଳିଆ ନିର୍ବାଚନ ମଣ୍ଡଳୀରେ କ୍ୟାମ୍ପେନିଂ ଜୋରଦାର କରାଯାଇଛି । ବିଜେଡି ପ୍ରାର୍ଥୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ,ବିଜେପି ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡା ସମର୍ଥକଙ୍କ ସହ ଗାଁ ଗାଁରୁ ବୁଲି ଭୋଟରଙ୍କୁ ନିଜ ସପକ୍ଷରେ କରିବାକୁ ଳାଗିପଡିଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ଅନନ୍ତ ପ୍ରସାଦ ସେଠୀ ମଧ୍ୟ କ୍ୟାମ୍ପେନିଂ ଜୋରଦାର କରିଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟକୁ ନିର୍ବାଚନକୁ ଆଉ ଦୁଇ ଦିନ ବାକି ଥିବା ବେଳେ ପ୍ରଚାର ଜୋରଦାର ଚାଲିଛି । କାଲି ସନ୍ଧ୍ୟାରେ ପ୍ରଚାର ସରିବ । ଆଉ ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସୋରାଡାରେ ଏଥର ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ । ବିଜେଡିରୁ ଏଠାରୁ ଲଢୁଛନ୍ତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । ବିଜେପିରୁ ନିଳମଣି ବିଶୋୟୀ ମୈଦାନରେ ଥିବାବେଳେ ବିଜେଡି ଓ ବିଜେପିକୁ ଟକ୍କର ଦେଉଛନ୍ତି କଂଗେସର ସଂଗ୍ରାମ ମହାନ୍ତି ।