କରଞ୍ଜିଆରେ ହାତୀ ଉପଦ୍ରବ : ଲୋକଙ୍କୁ ଗୋଡାଉଛନ୍ତି ହାତୀ ପଲ, ବ୍ୟାପକ ଫସଲ ନଷ୍ଟ କରିବା ସହ କରୁଛନ୍ତି ଆକ୍ରମଣ

224

କନକ ବ୍ୟୁରୋ : କରଞ୍ଜିଆର ବନଖଣ୍ଡରେ ହାତୀ ଆତଙ୍କ । ଗତ ୧୫ ଦିନ ହେବ ସ୍ଥାନୀୟ ଅଂଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଥିବା ହାତୀକୁ ଘଉହାଇବାକୁ ଉଦ୍ୟମ କରାଯାଉଛି । ସ୍ଥାନୀୟ ଲୋକମାନେ ଏକାଠି ହୋଇ ହାତୀକୁ ଘଉଡାଇବାକୁ ଉଦ୍ୟମ କରୁଥିବା ବେଳେ ହାତୀ ମଧ୍ୟ ଗୋଡାଉଥିବା ଦେଖିବାକୁ ମିଳିଛି । ଫଳରେ ଲୋକମାନେ ଭୟଭୀତ ହୋଇ ଦୌଡିବାକୁ ଲାଗୁଛି ।

ହାତୀ ଆକ୍ରମଣରେ ଜଣକ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଏପରିକି ଜଣେ ବାଇକ୍ ଆରୋହୀ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତିଯାଇଥିବା ବେଳେ ବାଇକକୁ ଭାଙ୍ଗି ଚୁରମାର କରିଦେଇଛି ହାତୀ । ହାତୀ ମାନେ ସ୍ଥାନୀୟ ଅଂଚଳରେ ବ୍ୟାପକ ଫସଲ ମଧ୍ୟ ନଷ୍ଟ କରୁଛନ୍ତି ।