କନକ ବ୍ୟୁରୋ : ମହାନଦୀ ପାର ହେଉଥିବାବେଳେ ବନ୍ୟା ଜଳର ପ୍ରଖର ସ୍ରୋତ ଭିତରେ ଫଶିଯାଇଥିଲେ ହାତୀପଲ । ହେଲେ ହାତୀଗୁଡିକ ମହାନଦୀର ଅକାତ କାତ ପାଣି ଭିତରେ ପହଁରି ପାର ହୋଇପାରିନଥିଲେ । କୁହାଯାଉଛି ଆଠଗଡ ପଟୁ ମହାନଦୀପାର ହୋଇ ଚନ୍ଦକା ଆସୁଥିବାବେଳେ ପ୍ରଖର ସ୍ରୋତରେ ହାତୀପଲ ଭିତରୁ ୫ଟିି ହାତୀ କିଛି ବାଟ ଠେଲି ହୋଇଯାଇଥିଲେ ।
ଆଉ ତାପରେ ହାତୀଗୁଡିକ ନଦୀର ପାଣି ଭିତରେ ପହଁରିଥିଲେ । ହେଲେ ନଦୀର ପ୍ରଖର ସ୍ରୋତ ଥିବା ଯୋଗୁଁ ନଦୀ ପାର ହୋଇପାରିନଥିଲେ । ଆଉ କିଛି ସମୟ ପରେ ପୁଣି ଆଠଗଡ ବନଖଣ୍ଡକୁ ଫେରିଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ହାତୀପଲରେ ୨୦ଟି ହାତୀ ଥିଲେ ।ଆଠଗଡରେ ସାଧାରଣତଃ ହାତୀଙ୍କ ଚଳପ୍ରଚଳ ବେଶୀ । ହାତୀ ସବୁବେଳେ ଏହି ଅଂଚଳରେ ଯିବାଆସିବା କରିଥାନ୍ତି । ତେବେ ମହାନଦୀରେ ପାଣିଥିବାବେଳେ ଆଜି ହାତୀପଲ ନଦୀପାର ହେଉଥିଲେ । ସେମାନଙ୍କ ମଧ୍ୟରୁ ୫ଟି ହାତୀ ଭରା ନଦୀରେ ଫଶିଯାଇଥିଲେ । ତିତଲି ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ଜଳ ଅଧିକ ଥିବା ସହ ପ୍ରଖର ସ୍ରୋତ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/10/elephant-1.jpg)
/kanak/media/post_attachments/wp-content/uploads/2018/10/elephant-300x174.jpg)