କନକ ବ୍ୟୁରୋ : କେନ୍ଦ୍ରାପଡାର ଆଳିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗାଡି ଉପରକୁ ଅଣ୍ଡାମାଡ ଘଟଣାର ପ୍ରତିବାଦ । କାଲି ସୁନ୍ଦରଗଡରେ ୬ ଘଂଟିଆ ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି । କାଲି ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ବନ୍ଦ ପାଳନ କରିବାକୁ ଦଳ ଘୋଷଣା କରିଛି । ଗତକାଲି ଆଳିରେ ବିଜେଡି କର୍ମୀମାନେ ଜୁଏଲଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଜୁଏଲ ଏ ବାବଦରେ ରାଜନାଥ ସିଂହଙ୍କ ନିକଟରେ ଫେରାଦ ହେବେ ବୋଲି କହିଥିଲେ ।
ଜୁଏଲଙ୍କ ଗାଡି ଉପରକୁ ଅଣ୍ଡାମାଡ ନେଇ ତେଜିଲା ରାଜନୀତି ! କାଲି ବିଜେପିର ୭ ଘଂଟିଆ ସୁନ୍ଦରଗଡ ବନ୍ଦ ଡାକରା
/kanak/media/post_attachments/wp-content/uploads/2017/06/Sundargarh-Bandh.jpg)