ପ୍ରସବ ପରେ ହେବନି ପ୍ରସୂତିଙ୍କ ମୃତ୍ୟୁ : ବାହାରିଲା ନୂତନ ଔଷଧ

36

ସରକାର ଆନୁଷ୍ଠାନିକ ପ୍ରସବକୁ ପ୍ରାଥମିକତା ଦେବା ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି । କିନ୍ତୁ ମାତୃ ମୃତ୍ୟୁହାର କମିବାର ନାଁ ନେଉନାହିଁ । କିନ୍ତୁ ପ୍ରସବ ପୂର୍ବ ଓ ପ୍ରସବୋତ୍ତର ସ୍ୱାସ୍ଥ୍ୟରକ୍ଷା ଦିଗରେ ସଠିକ ମାର୍ଗଦର୍ଶନ ଅଭାବରୁ ରାଜ୍ୟରେ ମାତୃମୃତ୍ୟୁହାରକୁ ରୋକି ହେଉନାହିଁ । ତେବେ ଆଗକୁ ଏପରି ଅସୁବିଧା ହେବ ନାହିଁ । ଆଉ ମୃତ୍ୟୁମୁଖରେ ପଡ଼ିବେନି ପ୍ରସୂତି । ଧୀରେ ଧୀରେ କମିବ ମାତୃ ମୃତ୍ୟୁ ହାର । ପ୍ରସବ ପରେ ଅଧିକ ରକ୍ତସ୍ରାବ ରୋକିବା ପାଇଁ ପ୍ରଭାବୀ ହେବ ନୂଆ ଔଷଧ । ଆସିଯାଇଛି ଏପରି ଔଷଧ । ଯଦ୍ୱାରା ଅନେକ ମା’ଙ୍କର ଜୀବନ ବଂଚିଯିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୧୦ଟି ଦେଶରେ ପରୀକ୍ଷଣ କରି ଏପରି ତଥ୍ୟ ସାମ୍ନାକୁ ଆସିଛି । ଆଉ ଏହି ଦେଶ ଗୁଡ଼ିକରେ ଭାରତ ମଧ୍ୟ ସାମିଲ ରହିଛି ।

ବର୍ତ୍ତମାନ ଡବ୍ଲୁଏଚଓ ପିଲା ଜନ୍ମ ପରେ ଅତ୍ୟଧିକ ରକ୍ତସ୍ରାବ ରୋକିବା ପାଇଁ ସାଧାରଣତଃ ଅକ୍ସିଟୋସିନ ପାଇଁ ପରାମର୍ଶ ଦେଉଛନ୍ତି । ତେବେ ଅକ୍ସିଟୋସିନକୁ ୨ରୁ ୮ ଡିଗ୍ରି ସେଲସିୟସରେ ଷ୍ଟୋର କରାଯିବା ସହ ନେବା ଆଣିବା କରିବା ଦରକାର । ଏପରି କରିବା ବହୁତ ଦେଶ ପାଇଁ ମୁସ୍କିଲ ଅଟେ । ଏପରି କରିବା ଦ୍ୱାରା ଅନେକ ମହିଳାଙ୍କ ପାଖକୁ ଏହି ଜୀବନରକ୍ଷକ ପହଞ୍ଚିପାରେ ନାହିଁ । ଏହି ଔଷଧ ଗରମ ଜଳାବାୟୁ ସଂଷ୍ପର୍ଶରେ ଆସିଲେ ଏହାର ପ୍ରଭାବ କମ ହୋଇଯାଏ । ଯଦ୍ୱାରା ପ୍ରସୂତି ମୃତ୍ୟୁମୁଖରେ ପଡ଼ନ୍ତି ।

ନ୍ୟୁ ଇଂଲଣ୍ଡ ଜର୍ଣ୍ଣଲ ଅଫ ମେଡ଼ିସିନରେ ଏହି ଔଷଧ ବିଷୟରେ ଗବେଷଣା ହୋଇଥିଲା । ଏଥିରୁ ଜଣାପଡ଼ୁଛି କାର୍ବେଟୋସିନର ଗରମ ପ୍ରିତିରୋଧକ ଫର୍ମୁଲା ଅକ୍ସିଟୋସିନ ପରି ପ୍ରସବ ପରେ ରକ୍ତସ୍ରାବ ରୋକିବାରେ ସଫଳ ହୋଇଥାଏ । କାର୍ବେଟୋସିର ନୂଆ ସୂତ୍ରକୁ ଥଣ୍ଡା ରଖିବା ଦରକାର ନାହିଁ । ଏହାର ପ୍ରଭାବ ପ୍ରାୟ ୩ ୧ବର୍ଷ ପର୍ଯ୍ୟନ୍ତ ୩୦ ଡିଗ୍ରୀ ସେଲସିୟସ ଏବଂ ୭୫ ପ୍ରତିଶତ ସାପେକ୍ଷ ଆର୍ଦ୍ରତାରେ ମଧ୍ୟ ପ୍ରଭାବୀ ରହିବ ।