ପାଣିକୁ ଏବେ ଖାଇପାରିବେ ! ପରିବେଶ ପ୍ରଦୂଷଣ କରୁଥିବା ପ୍ଲାଷ୍ଟିକ ବୋତଲରୁ ରକ୍ଷା ପାଇଁ ଅଭିନବ ପଦକ୍ଷେପ

203

ପ୍ଲାଷ୍ଟିକ ପାଉଚ ଓ ବୋତଲର ପାଣି ପୁରା ଦୁନିଆରେ ବିକ୍ରି ହେଉଛି । ଲୋକମାନେ ପାଣି ପିଇବା ପରେ ବୋତଲ ଫୋଫାଡି ଦେଉଛନ୍ତି । ଏଥିଯୋଗୁଁ ସହ ଟନ ଟନ ପ୍ଲାଷ୍ଟିକ ବୋତଲ ଜମା ହେବା ସହ ପରିବେଶ ପ୍ରଦୂଷଣ ମଧ୍ୟ ହେଉଛି । ଏହି ପ୍ଲାଷ୍ଟିକରୁ ବଞ୍ଚିବା ପାଇଁ ଲଣ୍ଡନର ଏକ କମ୍ପାନୀ ଏକ ନିଆରା ପଦକ୍ଷେପ ନେଇଛନ୍ତି । କମ୍ପାନୀ ପାଣିର ଏକ ଗୋଲା ଲଞ୍ଚ କରିଛି ।

ଯାହା ଦ୍ୱାରା ଆପଣ ଶୋଷ ମେଣ୍ଟାଇ ପାରିବେ । ଲଣ୍ଡନର ଏକ ଷ୍ଟାର୍ଟଅପ କମ୍ପାନୀ ଏମିତି ଏକ ପଦାର୍ଥ ବିକଶିତ କରିଛିି ଯେମିତି ଏହି ଗୋଳାକୁ ଆକାର ଦେଇ ସେଠି ପାଣି ଭାରାଯାଇ ପାରିବ । ଯେତେବେଳେ ଶୋଷ ଲାଗିବ ଆପଣ ଏହି ପାଣି ଗୋଳା ପିଇପାରିବେ । ଏହାସହ ଏହି ଗୋଳକୁ ଆପଣ ପୁରାପୁରି ଗିଳି ଦେଇ ପାରିବେ । ଏହି ପାଣି ଗୋଳାର ନାମ ରଖା ହାଇଛି ଆହୋ ।

ଆହୋ ନାମକ ଏହି ପାଣି ଗୋଳା ଏକ ପ୍ରକାର ସାମୁଦ୍ରିକ ଶୈବାଳରୁ ତିଆରି ହୋଇଛି । ଆହୋ ଦେଖିବାକୁ ଏକ ପାଣି ବଲ ପରି । ଏହି ବଲର ଚାରିପାଖେ ଏକ ନିଜେ ନଷ୍ଟ ହେବା ପରି ଆବରଣ ରହିଛି । ଯାହାକୁ ଆପଣ ଅତି ସହଜରେ ପିଇ ପାରିବେ । ଆହୋକୁ ଖୋଲି ମୁହଁରେ ପାଣି ଢାଳି ପାରିବେ କିମ୍ବା ସିଧା ଏହି ଗାଣି ଗୁଳାକୁ ଆପଣ ଖାଇ ମଧ୍ୟ ପାରିବେ ।

ଏହାର ଆବରଣ ଏପରି ତିଆରି ହୋଇଛି ଏହା ୪ରୁ ୬ ଦିନ ମଧ୍ୟରେ ସ୍ୱତଃ ନଷ୍ଟ ହୋଇଯିବ । ଆହୋକୁ ଆପଣ ଦୁଇ ପ୍ରକାରେ ବ୍ୟହାର କରିପାରିବେ । ଗୋଟିଏ ହେଲା ଏହାକୁ କଚ୍ଚା କରି ପିିିଇ ପାରିବେ କିମ୍ବା ପୁରା ଗିଳ ଦେଇ ପାରିବେ ।