ନକଲି ରିଫାଇନ୍‌ ତେଲ କାରଖାନା ଉପରେ ଚଢ଼ାଉ : ଶହ ଶହ ତେଲ ପ୍ୟାକେଟ୍ ଜବତ, ଜଣେ ଅଟକ

619

କନକ ବ୍ୟୁରୋ : ନକଲି ରିଫାଇନ୍‌ ତେଲ କାରଖାନା ଉପରେ ଚଢ଼ାଉ । କଟକ ଚୌଦ୍ୱାର ମଙ୍ଗୁଳି ଛକ ନିକଟରେ ଥିବା ଏକ ରିଫାଇନ୍‌ ତେଲ କାରଖାନ ଉପରେ ଆକସ୍ମିକ ଭାବେ ଚଢ଼ାଉ କଲା ପୁଲିସ । ଏହି ଚଢ଼ାଉ ସମୟରେ ପୁଲିସ ଶହଶହ ନକଲି ରିଫାଇନ୍‌ ତେଲ ପ୍ୟାକେଟ ଜବତ କରିଛି ।

ମଙ୍ଗୁଳି ଛକ ନିକଟରେ ଥିବା ଗଜାନନ ରିଫାଇନ୍‌ ଅଏଲ୍‌ କମ୍ପାନିରେ ନକଲି ରିଫାଇନ୍‌ ତେଲ ପ୍ୟାକେଟ ତିଆରି ହେଉଥିବା ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇଥିଲା । ଏହାପରେ ଏକ ସ୍ୱତନ୍ତ୍ର ଯୋଜନା କରି ଆଜି ଆକସ୍ମିକ ଭାବେ ଏହି ରିଫାଇନ୍‌ ତେଲ କାରଖାନା ଉପରେ ଚଢ଼ାଉ କରିଥିଲା ଟାଙ୍ଗୀ ପୁଲିସ । ଚଢ଼ାଉ ପରେ ରିଫାଇନ୍‌ କାରଖାନକୁ ସିଲ କରିବା ସହିତ ସେଠାରେ ତିଆରି ହୋଇଥିବା ଶହଶହ ନକଲି ରିଫାଇନ୍‌ ତେଲ ପ୍ୟାକେଟକୁ ପୁଲିସ ଜବତ କରିଥିଲା । ଜବତ ସମୟରେ ଘଟଣାସ୍ଥଳରେ ଟାଙ୍ଗୀ ଆଇଆଇସି ଓ ଏସ୍‌ଡିପିଓ ଉପସ୍ଥିତ ଥିଲେ ।

 

ସେହିପରି ଆଜି କଟକର ମାର୍କତନଗର ପୁଲିସ ଜାଲ ନୋଟ ଜବତ କରିଥିବା ଜଣାପଡ଼ିଛି । ଜବତ ହୋଇଥିବା ଜାଲ୍‌ ନୋଟର ମୂଲ୍ୟ ୧ଲକ୍ଷ ୬ହଜାର ଟଙ୍କା ହୋଇଥିବା ବେଳେ ପୁଲିସ ଏହି ଘଟଣାରେ ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି।