କନକ ବ୍ୟୁରୋ : ଶେଷରେ ଗିରଫ ହେଲେ ନକଲି ଡାକ୍ତର ପଦ୍ମନାଭ ମୁଖୀ । ଡାକ୍ତରଖାନାରୁ ଏଥର ଠିକଣା ଥାନା ହାଜତ । ଗତ ୩ ଦିନ ଧରି ବେଆଇନ୍ ଭାବେ ବିନା ଛୁଟିରେ ସେ ଲୁଚିଥିଲେ । ୨ ଧରି ଘୁରି ବୁଲିବା ପରେ ରାଣୀବଗିଚା ବାଇପାସ୍ ନିକଟରୁ ତାଙ୍କୁ ଆଜି ଗିରଫ କରିଛି ସୁନ୍ଦରଗଡ ଟାଉନ ଥାନା ପୋଲିସ । ସୁନ୍ଦରଗଡ ନୂଆଗାଁ ଡାକ୍ତରଖାନାରେ ନକଲି ଡାକ୍ତରଙ୍କ ଚିକିତ୍ସା ନେଇ କନକ ନ୍ୟୁଜରେ ଖବର ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ରଖିଥିଲେ ସିଡିଏମଓ । ଏହା ପରେ ପରେ ତାଙ୍କୁ ଧରିବାକୁ ପୋଲିସ ଆରମ୍ଭ କରିଥିଲା ତନାଘନା ।
ଗିରଫ ପଦ୍ମନାଭ ମୁଖୀଙ୍କର ବିହାର, ବୁର୍ଲା ଓ ମେଡିକାଲ କାଉନସିଲର ଡାକ୍ତରୀ ସାର୍ଟିଫିକେଟ୍ ରହିଥିଲା । ଜାଲ ସାର୍ଟିଫିକେଟରେ ଚାକିରି କରିଥିବା ନେଇ ଅଭିଯୋଗ ଆସିଥିଲା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ନକଲି ଡାକ୍ତରଙ୍କୁ ଆଉ ଦେଖିବାକୁ ମିଳିନଥିଲା । ଶେଷରେ ନକଲି ଡାକ୍ତର ପଦ୍ମନାଭ ମୁଖୀ ଗିରଫ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/DOCT-1.jpg)