ବାଙ୍କୀରେ ଶୁଖିଲା ପଡିଛି ମହାନଦୀ : ପରିବା ଚାଷୀ ପ୍ରଭାବିତ, ପାଣି ଅଭାବରୁ ଟାଙ୍ଗରା ପଡିଛି ନଈପଠା

142

କନକ ବ୍ୟୁରୋ : ବାଙ୍କୀର ଜୀବନ ରେଖା କୁହାଯାଉଥିବା ମହାନଦୀ ଶୁଖିଲା ପଡିଛି । ମହାନଦୀରେ ପାଣି ଅଭାବ ଯୋଗୁଁ ଅଧିକ ପ୍ରଭାବିତ ହୋଇଛନ୍ତି ବାଙ୍କୀ ଅଂଚଳର ପରିବା ଚାଷୀ । ପାଣି ଧାର ସୁଖିଯିବା ପରେ ଓଡିଶାର ଜୀବନ ରେଖା ମହାନଦୀ ଏକ ପ୍ରକାର ବାଲୁକା ମରୁଭୂମୀ ପାଲଟିଛି । ବାଙ୍କୀ ନିକଟସ୍ଥ ରେଣୁକା ଘାଟ ପଠାର ଏକର ଏକର ଜମିରେ ପରିବାର ଚାଷ ହେଉଥିଲା । ହେଲେ ଏବେ ପାଣି ଅଭାବ ହେବାରୁ ନଈ ପଠା ଟାଙ୍ଗାରା ଭୁଇଁ ପାଲଟିଛି ।

ପରିବା ଚାଷରୁ ବହୁ ଚାଷୀ ମୁହଁ ଫେରାଇ ନେଇଥିବା ବେଳେ କିଛି ଲୋକେ କୁଅର ପାଣି ବୋହି ଅଳ୍ପ କିଛି ସ୍ଥାନରେ ପରିବା ଚାଷ କରୁଛନ୍ତି । ମହାନଦୀରେ ପାଣି ଅଭାବ ଯେ କେବଳ ଚାଷୀଙ୍କୁ ପ୍ରଭାବିତ କରିଛି ତା ନୁହେଁ ମହାନଦୀର ରେଣୁକା ଘାଟରେ ଡଙ୍ଗା ବାହି ପରିବାର ଚଳାଉଥିବା ନାଉରିଆଙ୍କ ମଧ୍ୟ ବେଉସା ବୁଡିଛି ।