ଜଳେଶ୍ୱର ଅଞ୍ଚଳରେ ବେଧଡକ ଚାଲିଛି ନିଶା କାରବାର : ଚଢାଉବେଳେ ଖସିଗଲା ଡ୍ରଗ୍ସ ମାଫିିଆ, ମା’କୁ ଉଠାଇଲେ ଅବକାରୀ ଅଧିକାରୀ 

179

କନକ ବ୍ୟୁରୋ : କେନ୍ଦ୍ରୀୟ ଅବକାରୀ ବିଭାଗ ହାତରୁ ଖସିଗଲା ଡ୍ରଗ୍ସ ମାଫିଆ ସେକ୍ ମୁନା । ହେଲେ ତାର ମାଆକୁ ଉଠେଇ ନେଲା ଚଢଉ କରୁଥିବା ଟିମ୍ । ଜଳେଶ୍ୱର ଶାସନବାଡ ଅଂଚଳରେ ଆଜି ଭୋର ସମୟରେ ହୋଇଥିଲା ଚଢଉ । ଏଥିରେ ଡ୍ରଗ୍ସ କାରବାର ଚଳେଇ ଥିବା ସେକ୍ ମୁନା ଫେରାର ହୋଇଯାଇଥିବା ବେଳେ ମାଆ ରମିନା ବେୱାକୁ ଧରିଥିଲା ଅବକାରୀ ବିଭାଗ । ତାଙ୍କ ନିକଟରୁ ପ୍ରାୟ ୩୧୦ ଗ୍ରାମ ବ୍ରାଉନ ସୁଗର ଜବତ ହୋଇଛି ।

ଜବତ ହୋଇଥିବା ବ୍ରାଉନ ସୁଗରର ମୂଲ୍ୟ ପ୍ରାୟ ୩୧ ଲକ୍ଷ ଟଂକା ହେବ ବୋଲି କେନ୍ଦ୍ରୀୟ ଅବକାରୀ ବିଭାଗ ପକ୍ଷରୁ ଜଣାପଡିଛି । ସେକ୍ ମୁନା ନାଁରେ ଓଡିଶା ଓ ପଶ୍ଚିମବଙ୍ଗରେ ୪୦ରୁ ଅଧିକ ମାମଲା ରହିଛି । ସେକ୍ ମୁନାର ସାନଭାଇକୁ ମଧ୍ୟ ଡ୍ରଗ୍ସ କାରବାର ମାମଲାରେ ଗିରଫ କରି ଜେଲ ପଠାଇ ଦେଇଛି ।