କନକ ବ୍ୟୁରୋ : ଆକାଶରେ ଡ୍ରୋନ୍ ଉଡ଼ାଣକୁ ନେଇ ଜାରି ହୋଇଛି ନୂଆ ନିୟମ । ୨୫୦ ଗ୍ରାମ୍ରୁ କମ୍ ଓଜନର ନାନୋ ଡ୍ରୋନ୍ ମାଲିକ ଥାନାରୁ ଏଥିପାଇଁ ଅନୁମତି ଆଣିବେ । କିନ୍ତୁ ୨୫୦ ଗ୍ରାମ୍ରୁ ଅଧିକ ଓଜନର ଡ୍ରୋନ୍ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅନୁମତି ପ୍ରଦାନ କରିବ । ଗତ ୧ ତାରିଖରୁ କେନ୍ଦ୍ର ସରକାରଙ୍କ ନୂଆ ନିୟମ ଜାରି ପରେ ଏବେ ଓଡ଼ିଶା ପୁଲିସ ବିଭାଗ ଘରୋଇ ଡ୍ରୋନ୍ ସମ୍ପର୍କିତ ତଥ୍ୟ ସ˚ଗ୍ରହ କରିଛି । ଓଡ଼ିଶାରେ ପ୍ରାୟ ୫୦୦ ଘରୋଇ ଡ୍ରୋନ ଉଡ଼ାଣ କରାଯାଉଥିବା ରିପୋର୍ଟ ମିଳିଛି । ଡ୍ରୋନ୍ର ଓଜନ ଅନୁଯାୟୀ, ସେମାନେ ନୂଆ ନିୟମ ପାଳନ କରିବାକୁ ବାଧ୍ୟ । ନିୟମ ଖିଲାଫ କରି କୌଣସି କାର୍ଯ୍ୟକ୍ରମରେ ଡ୍ରୋନ୍ ଉଡ଼ିଲେ ସମ୍ପୃକ୍ତ ଡ୍ରୋନ୍ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ବିଭାଗ ପକ୍ଷରୁ ସୂଚନା ମିଳିଛି ।
/kanak/media/post_attachments/wp-content/uploads/2018/10/drones_2621182k-300x187.jpg)
ଓଡ଼ିଶାରେ ମୁଖ୍ୟତଃ ଝାରସୁଗୁଡ଼ା, ରାଉରକେଲା, ପୁରୀ, ବ୍ରହ୍ମପୁର, ଭୁବନେଶ୍ବର, କଟକ ଭଳି ଜିଲ୍ଲାରେ ପ୍ରାୟ ୫୦୦ ଘରୋଇ ହେଲିକ୍ୟାମ୍ ବା ଡ୍ରୋନ୍ ଉଡ଼ାଣ କରୁଛି । ତା’ ବାଦ୍ ପୁଲିସ ବିଭାଗ ପକ୍ଷରୁ ଦୁଇଟି ଡ୍ରୋନ୍ କିଣାଯାଇଛି । ଉକ୍ତ ସରକାରୀ ଡ୍ରୋନ୍ ଦୁଇଟି ବିଛିନ୍ନାଞ୍ଚଳରେ ମାଓ ଅପରେସନ୍ରେ ବ୍ୟବହାର କରାଯାଉଥିବା ବେଳେ ଘରୋଇ ଡ୍ରୋନ୍ ଓଡ଼ିଶାରେ ବିବାହ କାର୍ଯ୍ୟକ୍ରମ, ରିଅଲିିିଟି ସୋ, ରାଜନୈତିକ ସଭା, ସିନେମା ଓ ସିରିଏଲ୍ ସୁଟି˚, ସରକାରୀ କ୍ଷେତ୍ରରେ ପ୍ରାମାଣିକ ଚଳଚ୍ଚିତ୍ରରେ ବ୍ୟବହାର କରାଯାଉଛି । ଏହାର ଉଡ଼ାଣ ଉପେର ପୂର୍ବରୁ ସେଭଳି କୌଣସି କଟକଣା ନଥିଲା ।
ଆକାଶରେ ଉଡ଼ାଣ ସହିତ ଚିତ୍ର ଉତ୍ତୋଳନ କରୁଥିବାରୁ ବ୍ୟକ୍ତିର ଗୋପନୀୟତା କ୍ଷୁର୍ଣ୍ଣ ହେବାର ଅଭିଯୋଗ ଉଠିିଥିଲା । ଏସବକୁ ଦୃଷ୍ଟିରେ ରଖାଯାଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଗତ ୧ ତାରିଖରୁ ଡ୍ରୋନ୍ର ପଞ୍ଜିକରଣ ପାଇଁ https://digitalsky.dgca.gov.in/register ୱେବସାଇଟ୍ ପ୍ରଥମ ଥର ଖୋଲାଯାଇଛି । ମାଇକ୍ରୋ(୨୫୦ ଗ୍ରାମରୁ ଅଧିକ ଏବ˚ ୨ କେଜି ବା କମ୍), ସ୍ମଲ(୨ କେଜରୁ ଅଧିକ ଏବ˚ ୨୫ କେଜି ବା କମ୍), ମିଡିୟମ୍(୨୫ କେଜିରୁ ଅଧିକ ଏବ˚ ୧୫୦ କେଜି ବା କମ୍), ଲାର୍ଜ(୧୫୦ କେଜିରୁ ଅଧିକ) ଓଜନର ଡ୍ରୋନ୍ର ମାଲିକ ଆବଶ୍ୟକୀୟ ପରିଚୟପତ୍ର ଦାଖଲ କରିବା ପରେ ବ୍ୟବହାରକାରୀଙ୍କୁ ଡ୍ରୋନ୍ ପାଇଁ ଏକକ ପରିଚୟ ସ˚ଖ୍ୟା (ୟୁଆଇଏନ୍) ହାସଲ କରିବାକୁ ପଡ଼ିବ ।
ଏଥିରେ ଉଭୟ ଡ୍ରୋନ୍ର ମାଲିକ ଏବ˚ ପାଇଲଟଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ରହିବ । ଏହାସହିତ କେଉଁ ଡ୍ରୋନ୍ଟି ନିର୍ଦ୍ଦିଷ୍ଟ ଭାବେ କେଉଁ ଅଞ୍ଚଳରୁ ଉଡ଼ାଣ ଭରିବ, ସେ ସମ୍ପର୍କରେ ମଧ୍ୟ ପୋର୍ଟାଲ୍ରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯିବ । କିନ୍ତୁ ନାନୋ ଡ୍ରୋନ୍ ସମେତ ନ୍ୟାସନାଲ ଟେକ୍ନିକାଲ୍ ରିସର୍ଚ ଅର୍ଗାନାଇଜେସନ୍, କେନ୍ଦ୍ରୀୟ ଗୁଇନ୍ଦା ସ˚ସ୍ଥା, ଆଭିଏସନ୍ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଉଡ଼ାଣ କରାଯାଉଥିବା ଡ୍ରୋନ ପାଇଁ ଏକକ ପରିଚୟ ସ˚ଖ୍ୟା(ୟୁଆଇଏନ୍) ଆବଶ୍ୟକ ପଡ଼ିବ ନାହିଁ । ନାନୋ ଡ୍ରୋନ୍ଗୁଡ଼ିକ ଉଡ଼ାଣ ପୂର୍ବରୁ କେବଳ ସ୍ଥାନୀୟ ଥାନା ପୁଲିସର ଅନୁମତି ନେବାକୁ ବାଧ୍ୟ ।
ତା’ ସହିତ ଆକାଶରେ ଉଡ଼ାଣ ଦ୍ବାରା କୌଣସି ବ୍ୟକ୍ତିଙ୍କ ଗୋପନୀୟତା କୌଣସି ପରିସ୍ଥିତିରେ ଯେପରି କ୍ଷୁର୍ଣ୍ଣ ହେବ ନାହିଁ, ସେ ସ˚କ୍ରାନ୍ତରେ ଡ୍ରୋନ୍ ମାଲିକ ଥାନାରେ ଲିଖିତ ଭାବେ ଅବଗତ କରାଇବେ। ବିନା ଅନୁମତିରେ ଉଡ଼ାଣ କଲେ ଡ୍ରୋନ୍କୁ ବେଆଇନ ବୋଲି ଧରାଯିବ। ସମ୍ପୃକ୍ତ ଡ୍ରୋନ୍ ମାଲିକଙ୍କ ବିରୋଧରେ ପୁଲିସ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।