ତମ୍ବା ବାସନରେ ପାଣି ପିଅନ୍ତୁ ! ଅନେକ ରୋଗରୁ ମିଳିବ ମୁକ୍ତି

116

ଆପଣ ଅନେକ ଲୋକଙ୍କ ଠାରୁ ଶୁଣିଥିବେ ତମ୍ବା ବାସନରେ ପାଣି ପିିଇଲେ, ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର ସାବ୍ୟସ୍ତ ହୋଇଥାଏ । ତମ୍ବା ବାସନରେ ପାଣି ରଖିବା ନେଇ ବୈଜ୍ଞାନିକ କାରଣ ରହିଛି । ତମ୍ବାରେ ବ୍ୟାକ୍ଟେରିଆ ନାଶକ ତତ୍ୱ ଥାଏ ।

• ତମ୍ବାରେ ରଖାଯାଇଥିବା ପାଣି ସମ୍ପୁର୍ଣ୍ଣ ରୂପେ ଶୁଦ୍ଧ । ଏହା ସବୁପ୍ରକାଣ ବ୍ୟାକ୍ଟେରିଆକୁ ନଷ୍ଟ କରିଦିଏ ଯାହା ଡାଇରିଆ, ପୋଲିଓ ଓ ଅନ୍ୟ ପ୍ରକାର ରୋଗରୁ ରକ୍ଷା କରିଥାଏ ।

• ତମ୍ବାରେ ମହଜୁଦ ଆଣ୍ଟିଅକ୍ସିଡାଣ୍ଟ କ୍ୟାନସର ଠାରୁ ଲଢିବା ପାଇଁ କ୍ଷମତା ବୃଦ୍ଧି କରିଥାଏ ।

• ପେଟର ସବୁ ପ୍ରକାର ସମମସ୍ୟାରୁ ରକ୍ଷା କରିଥାଏ ତମ୍ବା ପାତ୍ରର ପାଣି । ପ୍ରତି ଦିନ ତମ୍ବା ପାଣି ପିଇବା ଦ୍ୱାରା ପେଟବ୍ୟଥା, ଏସିଡିଟି, ଗ୍ୟାସ ଓ କୋଷ୍ଠୋକାଠିନ୍ୟରୁ ମୁକ୍ତି ମିଳେ ।

• ତମ୍ବାରେ ଭରପୁର ମାତ୍ରାର ମିନେରାଲ୍ସ ଥାଇରଏଡ ସମସ୍ୟାକୁ ଦୂର କରିବା ପାଇଁ ସହାୟକ କରିଥାଏ । ତମ୍ବା ପାଣି ପିଇବା ଦ୍ୱାରା ଶରୀରର ଆଭ୍ୟନ୍ତରୀଣ ଓ ବାହ୍ୟ ଅସୁସ୍ଥତା ଯଲଦି ଠିକ ହୋଇଥାଏ ।

• ତମ୍ବାରେ ଉପସ୍ଥିତ ଆଣ୍ଟିଅକ୍ସିଡାଣ୍ଟ ତତ୍ୱ ବଢୁଥିବା ବୟସର ଚିହ୍ନକୁ କମ କରିଥାଏ । ଏହା ସହ ତ୍ୱଚାର କୁଞ୍ଚନ, ଦାଗ ଆଦିରୁ ରକ୍ଷା କରିଥାଏ ।