କେରଳର ପ୍ରଳୟଙ୍କରୀ ବନ୍ୟା ଭିତରେ ଆସିଲା ହୃଦୟବିଦାରକ ଚିତ୍ର : ବୁଡିଯାଉଥିବା ବ୍ରିଜରୁ ଶିଶୁକୁ ଉଦ୍ଧାର କଲେ ଯୁବକ

30

କନକ ବ୍ୟୁରୋ : କେରଳର ପ୍ରଳୟଙ୍କରୀ ବନ୍ୟା ଭିତରେ ଏନଡିଆରଏଫର କହ୍ନେୟା କୁମାରକୁ ନେଇ ଜୋର ଧରିଛି ଚର୍ଚ୍ଚା । ନିଜ ଜୀବନକୁ ବାଜିରେ ଲଗାଇ ଜଣେ ଜ୍ୱରରେ ପୀଡିତ ପିଲାକୁ ଧରି ବୁଡିଯାଉଥିବା ପୋଲରେ ଦେୀଡି ଦୌଡି ହସ୍ପିଟାଲ ନେଇଛନ୍ତି ଏହି ସାହାସୀ ଯୁବକ । ଇଡୁକିର ଏକ ପୋଲ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । କୌଣସି ବି ମୂହର୍ତ୍ତରେ ପୋଲଟି ବନ୍ୟାଜଳରେ ଭାସିଯିବା ସ୍ଥିତିରେ ଥିଲା । ହେଲେ ନିଜ ଜୀବନକୁ ବାଜି ଲଗାଇ ଅଦମ୍ୟ ସାହାସିକତାର ପରିଚୟ ଦେଇ ଜଣେ ଜ୍ୱର ପୀଡିତ ପିଲାକୁ କମ୍ବଳ ଘୋଡାଇ ପୋଲ ପାରି ହେଉଛନ୍ତି ଏନଡିଆରଏଫର କହ୍ନେୟା କୁମାର । ତାପରେ ହସ୍ପିଟାଲରେ ପହଁଚିଛନ୍ତି । ଏବଂ ପିଲାକୁ ଚିକିତ୍ସା କରାଇଛନ୍ତି । ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏନେଇ କହ୍ନେୟା କୁମାର କହିଛନ୍ତି ଦୀର୍ଘ ୬ବର୍ଷ ହେବ ସେ ଏନଡିଆରଏଫରେ କାର୍ଯ୍ୟ କରୁଛନ୍ତି । ତେଣୁ ଜଣକୁ ବଂଚାଇବା ତାଙ୍କର କର୍ତବ୍ୟ ।

ସୂଚନାଯାଗ୍ୟ କେରଳରେ ବନ୍ୟାସ୍ଥିତି ଏବେ ବି ଗମ୍ଭୀର ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଇଛି ଜଳପ୍ରଳୟ । ଭୟଙ୍କର ବର୍ଷାରେ ମୃତ୍ୟୁସଂଖ୍ୟା ୩୮ରେ ପହଂଚିଛି । ଅଧିକାଂଶ ଅଂଚଳରେ ଘରେ ଓ ସଡକ ବର୍ବାଦ ହୋଇଛି । ମୁଖ୍ୟମନ୍ତ୍ରୀ ଉଦ୍ଧାର ଓ ପୁନର୍ବାସ ପାଇଁ ୮୨୦ କୋଟି ଟଙ୍କାର ସହାୟତା ରାଶି ସହ ଅତିରିକ୍ତ ୪୦୦ ଶହ କୋଟି ଦେବାକୁ ଦାବି କରିଛନ୍ତି । କେନ୍ଦ୍ର ସରକାର ଶହେ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ବନ୍ୟାପ୍ରଭାବିତ ଅଂଚଳ ବୁଲି ଦେଖିଛନ୍ତି । ଗାଟିଏ ପଟେ ବର୍ଷା ଅନ୍ୟପଟେ ରେକର୍ଡ ସଂଖ୍ୟାକ ୨୪ଟି ଡ୍ୟାମରୁ ପାଣି ଛଡାଯିବା ଯୋଗୁଁ ୪୦ଟି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏବେ ବି ବର୍ଷା ଲାଗିରହିଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।