ମଝି ରାସ୍ତାରେ ବର୍ବରତା । ବୋଲଗଡ ବାଘମାରୀ ଅଞ୍ଚଳରେ ସାମାନ୍ୟ ଦୁର୍ଘଟଣାକୁ ନେଇ ଅମାନବୀୟ କାଣ୍ଡ । କାର୍ ସହ ଧକ୍କା ପରେ ଟ୍ରାକ୍ଟର ମାଲିକଙ୍କ ହାତ ଗୋଡ ବାନ୍ଧି ପିଟିଲେ ଲୋକେ

536

କନକ ବ୍ୟୁରୋ : ମଝି ରାସ୍ତାରେ ବର୍ବରତା । ସାମାନ୍ୟ ଦୁର୍ଘଟଣାକୁ ନେଇ ଗାଁର କିଛି ଯୁବକ ମିଶି ଟ୍ରାକ୍ଟର ମାଲିକଙ୍କୁ ସଙ୍ଗବଦ୍ଧ ଆକ୍ରମଣ କରିଛନ୍ତି । ବୋଲଗଡ, ବାଘମାରି ଥାନା କୋରାଡିହ ଗାଁରେ ଦେଖିବାକୁ ମିଳିଛି ଏପରି ଘଟଣା । ସୂଚନା ଅନୁଯାୟୀ ଗତ ୮ ତାରିଖ ଦିନ ଗାଁରେ ଥିବା ଏକ କାର୍ ସହ ଏକ ଟ୍ରାକ୍ଟରର ଧକ୍କା ହୋଇଥିଲା । ଏ ଘଟଣା ପରେ ଗାଁର ଯୁବକ ମିଶି ପ୍ରଥମେ ଡ୍ରାଇଭର ଓ ପରେ ସମ୍ପୃକ୍ତ ମାଲିକଙ୍କୁ ଧରି ନିଧୂର୍ମ ପିଟିଛନ୍ତି ।

ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ଟ୍ରାକ୍ଟର ମାଳିକ, ରମେଶ ଜଗଦେବଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ହାତ, ଗୋଡ ଭାଙ୍ଗିଯାଇଛି । ଏନେଇ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଛି । ସେପଟେ ଘଟଣା ପରେ ସମସ୍ତ ଅଭିଯୁକ୍ତ ଫେରାର ହୋଇଥିବା ପୋଲିସ କହିଛି ।