ପ୍ରତିଭା ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା ! ଦିବ୍ୟାଙ୍ଗ ହୋଇ ବି ଖୁବ ସୁନ୍ଦର ଚିତ୍ର ଆଙ୍କିପାରନ୍ତି ବାଲେଶ୍ୱର କୁସିଦା ଗାଁର ନିଳିମା ସିଂ

164

କନକ ବ୍ୟୁରୋ : ଅକ୍ଷମ ହୋଇ ବି ସକ୍ଷମ । ଦିବ୍ୟାଙ୍ଗ ହୋଇ ଜନ୍ମ ହେବା ଅନେକଙ୍କ ପାଇଁ ଅଭିଶାପ ପାଲଟିଯାଏ । ଏପରିକି ଆମ ସମାଜରେ ଅନେକ ଦିବ୍ୟାଙ୍ଗ ଅଛନ୍ତି ଯେଉଁମାନଙ୍କୁ ସାଧାରଣ ଲୋକ ପରିବାର ପାଇଁ ବୋଝ ବୋଲି ଭାବିଥାନ୍ତି । ତେବେ ସବୁ ମିଣିଷ ସମାନ ନୁହଁନ୍ତି । ଏକଥା ପ୍ରମାଣଇତ କରିଛନ୍ତି ନିଳିମା । ଦିବ୍ୟାଙ୍ଗ ହୋଇ ବି ନିଳିମା କାହା ଠାରୁ କମ୍ ନୁହଁନ୍ତି । ଦୁଇଟି ହାତ ଓ ଗୋଟିଏ ଗୋଡ ଅଚଳ ହୋଇଥିଲେ ବି ସେ ଆଙ୍କିପାରନ୍ତି ଅତି ସୁନ୍ଦର ଚିତ୍ର । ଅନ୍ୟମାନଙ୍କ ପାଇଁ ଉଦାହରଣ ବାଲେଶ୍ୱର ନିଳିମା ସିଂ ।

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ କୁସିଦା ଗାଁର ନିଳିମା ସିଂ । ଜନ୍ମରୁ ନିଳିମାଙ୍କ ୨ଟି ହାତ ଓ ଗୋଟିଏ ଗୋଡର ପାଦ ଅକାମୀ ହୋଇଯାଇଛି । ସଠିକ୍ ଭାବେ ଚାଲିପାରନ୍ତି ନାହିଁ । ତଥାପି ସେ ଭାଙ୍ଗି ପଡିନାହାନ୍ତି । ଗୋଟିଏ ଗୋଡ ସାହାଯ୍ୟରେ ନିଜର ସବୁ କାମ କରିବା ସହ ଭଲ ଚିତ୍ର ଆଙ୍କତି ନିଳିମା । ବିନା ପ୍ରଶିକ୍ଷଣରେ ଟିଭି ଓ ଫଟୋ ଦେଖି ସୁନ୍ଦର ସୁନ୍ଦର ଜୀବନ୍ତ ଛାବି ଆଙ୍କି ଦେଇପାରୁଛନ୍ତିି ନିଳିମା । ଆଉ ତାଙ୍କର ଏହି ପ୍ରତିଭା ପାଇଁ ତାଙ୍କୁ କୌଣସି ସରକାରୀ ଅନୁଷ୍ଠାନରେ ନିଯୁକ୍ତି ନିଳିମା ସାରା ଜୀବନ କାହା ଉପରେ ନିର୍ଭର କରନ୍ତେ ନାହିଁ କହିଛନ୍ତି ।