ଦିଲ୍ଲୀପ୍ କୁମାର ଅସୁସ୍ଥ ! ଡିହାଇଡ୍ରେସନ ସମସ୍ୟା ଯୋଗୁଁ ମୁମ୍ବାଇ ଲୀଲାବତୀ ହସପିଟାଲରେ ଭର୍ତ୍ତି, ସ୍ୱାସ୍ଥ୍ୟବସ୍ଥା ସ୍ଥିର

35

ବିଗତ ଦିନର ଲୋକପ୍ରିୟ ବଲିଉଡ଼୍ ଅଭିନେତା ଦିଲ୍ଲୀପ କୁମାର ଅସୁସ୍ଥ । ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବଲିଉଡ୍ ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର । ଡିହାଇଡ୍ରେସନ୍ ସମସ୍ୟା ଯୋଗୁ ଗତକାଲି ଅପରାହ୍ନରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡିହାଇଡ୍ରେସନ୍ ସହ ଦିଲ୍ଲୀପଙ୍କ ଅନ୍ୟ ସମସ୍ୟା ମଧ୍ୟ ରହିଛି । ପ୍ରଥମେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ତେବେ ବର୍ତ୍ତମାନ ତାଙ୍କ ଅବସ୍ଥା ସାମାନ୍ୟ ଭଲ ଥିବା ସୂଚନା ମିଳିଛି । ଆଜି ପୁଣି ତାଙ୍କୁ କିଛି ଘଂଟା ପାଇଁ ଆଇସିୟୁରେ ଭର୍ତ୍ତି କରାଯିବ । ଗତ କିଛି ଦିନ ହେଲା ସେ ଜ୍ୱରରେ ପୀଡିତ ଥିଲେ । ଏବେ ତାଙ୍କ ଅବସ୍ଥାରେ ସୁଧାର ଆସୁଛି । ତେବେ ଦିଲ୍ଲୀପ୍ କେବେ ହସ୍ପିଟାଲରୁ ଡିସଚାର୍ଜ ହେବେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଦିଲ୍ଲୀପ୍ କୁମାରଙ୍କ ପାଖରେ ତାଙ୍କ ପତ୍ନୀ ତଥା ଭେଟେରାନ୍ ଅଭିନେତ୍ରୀ ସାୟରା ବାନୋଙ୍କ ସହ ଅନ୍ୟ ସଂପର୍କୀୟ ଉପସ୍ଥିତ ଅଛନ୍ତି ।