ମଧ୍ୟାହ୍ନ ଭୋଜନରୁ ମିଳିଲା ଝିଟିପିଟି ! ବିଷାକ୍ତ ଖାଦ୍ୟ ଖାଇ ଢେଙ୍କାନାଳ ଜିଲ୍ଲା କୋଡିଭଂଗା ପ୍ରାଥମିକ ବିଦ୍ୟାଳୟର ୨୨ ଛାତ୍ରଛାତ୍ରୀ ଅସୁସ୍ଥ

25

କନକ ବ୍ୟୁରୋ : ମଧ୍ୟାହ୍ନ ଭୋଜନରେ ଝିଟିପିଟି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ମାଧପୁର ଗ୍ରାମପଂଚାୟତର କୋଡିଭଂଗା ପ୍ରାଥମିକ ବିଦ୍ୟାଳୟରେ । ଆଉ ଝିଟିପିଟ ପଡିଥିବା ତରକାରୀ ଖାଇ ସ୍କୁଲର ୨୨ଜଣ ଛାତ୍ରଛାତ୍ରୀ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । ବାନ୍ତି କରି ଛାତ୍ରଛାତ୍ରୀ ଅଚେତ ହୋଇପଡିବାରୁ ସଙ୍ଗେ ସଙ୍ଗେ ସେମାନଙ୍କୁ ହିନ୍ଦୋଳ ଉପଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏବେ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅନ୍ୟମାନଙ୍କୁ ଚିକିତ୍ସା ପରେ ଘରକୁ ଛାଡି ଦିଆଯାଇଛି । ଅନ୍ୟପଟେ ହିନ୍ଦୋଳ ଉପଜିଲ୍ଲାପାଳ ସ୍କୁଲରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବିଧିବଦ୍ଧ ତଦନ୍ତ ପରେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।