ସ୍କୁଲରେ ପାଠ ପଢାଇଲେ ପୁଲିସ ବାବୁ ! ଯାଜପୁର ଗୋପାଳଜିୟୁ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ୨୦ ସୂତ୍ରୀ ଟ୍ରାଫିକ୍ ନିୟମ ବତାଇଲେ ଧର୍ମଶାଳା ଥାନା ଅଧିକାରୀ

30

କନକ ବ୍ୟୁରୋ : ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଟ୍ରାଫିକ୍ ନିୟମ ବତାଇଲେ ଥାନା ଅଧିକାରୀ । ଯାଜପୁର ଗୋପାଳଜୀୟୁ ହାଇ ସ୍କୁଲରେ ଟ୍ରାଫିକ ସଚେତନତାର ପାଠ ପଢ଼ାଇଛନ୍ତି ଧର୍ମଶାଳା ଥାନା ଅଧିକାରୀ । ସ୍ଥାନୀୟ ଲୋକ ପ୍ରତିନିଧି ଓ ପ୍ରଧାନ ଶିକ୍ଷକଙ୍କ ଉପସ୍ଥିତିରେ ମକ୍ ଡ୍ରିଲ କରିବା ସହ ୪୦ମିନିଟ ଧରି ଟ୍ରାଫିକ୍ ନିୟମ ବିଷୟରେ ଛାତ୍ରଛାତ୍ରୀଙ୍କୁୁ ବୁଝାଇଛନ୍ତି ଥାନା ଅଧିକାରୀ ।

ରାଜ୍ୟରେ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଯାଜପୁର ଜିଲ୍ଲା ଧର୍ମଶାଳା ଗୋପାଳ ଜୀୟୁ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଟ୍ରାଫିକ୍ ସଚେତନତାର ପାଠ ପଢାଲେ ଥାନା ବାବୁ । ଧର୍ମଶାଳା ଥାନା ଅଧିକାରୀ ସ୍କୁଲରେ ମକ୍ ଡ୍ରିଲ ସହ ଛାତ୍ରଛାତ୍ରୀଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ଗୁରୁମନ୍ତ୍ର ଦେଇଛନ୍ତି । ପିଲାଙ୍କୁ ଏକାଠି ବସାଇ ସ୍ଥାନୀୟ ସରପଂଚ ଓ ଶିକ୍ଷକଙ୍କ ଉପସ୍ଥିତିରେ ୪୦ ମିନିଟ ଧରି ଟ୍ରାଫିକ ବ୍ୟବସ୍ଥାର ବିଭିନ୍ନ ନିୟମ ସମ୍ପର୍କରେ ବୁଝାଇବା ସହ ସେମାନଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ଥାନା ଅଧିକାରୀ ଉମାକାନ୍ତ ନାୟକ ।

ଗୋପାଳଜୀୟୁ ହାଇସ୍କୁଲ ଏକ ଗ୍ରାମାଂଚଳର ସ୍କୁଲ ହୋଇଥିବାରୁ ସେଠାରେ ଛାତ୍ରଛାତ୍ରୀଙ୍କୁ ଟ୍ରାଫିକ ନିୟମ ବାବଦରେ ଜଣାଇବା ପାଇଁ ପହଂଚିଥିଲେ ଧର୍ମଶାଳା ଥାନା ଅଧିକାରୀ । ସଡକ ସୁରକ୍ଷା ଓ ନିରାପତା ସମ୍ପକରେ ୨୦ ସୂତ୍ରୀ ନିୟମ କାନୁନ ଜାଣି ଖୁସି ବ୍ୟକ୍ତ କରିବା ସହ ଥାନା ବାବୁଙ୍କୁ ଧନ୍ୟାବଦ ଜଣାଇଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ ଓ ସ୍ଥାନୀୟ ସରଂପଚ ।