ବିବାଦୀୟ ବାବାଙ୍କ ସମସ୍ତ ଗୁମର ଖୋଲିବ ହାର୍ଡଡିସ୍କ ! ୫୦୦୦ ସିସିଟଭି କ୍ୟାମେରାର ସମସ୍ତ ରେକଡିଂ ମହଜୁଦ୍

41

କନକ ବ୍ୟୁରୋ : ଦୁଷ୍କର୍ମ ମାମଲାରେ ବାବା ରାମ ରହିମ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷ କାଳ ଜେଲ ଦଣ୍ଡ ଭୋଗୁଛନ୍ତି । ବିବାଦୀୟ ବାବା ଗୁରମିତ ରାମ ରହିମଙ୍କୁ ଦଣ୍ଡାଦେଶ ହେବା ପରେ ଡେରା ସଚ୍ଚା ସୌଦାରେ ପ୍ରତିଦିନ ନୂଆ ନୂଆ ଖୁୁଲାସା ହେଉଛି । ଡେରା ସଚ୍ଚା ସୋ÷ଦାର ମୁଖ୍ୟ ଆଶ୍ରମର ସର୍ଚ୍ଚ ଅପରେସନ ପରେ କମ୍ପୁଟରର ଡାଟାକୁ ଟ୍ୟାମ୍ପରିଙ୍ଗ କରିବା ଓ ହାର୍ଡ ଡିସ୍କକୁ ବଦଳାଇବା ଅଭିଯୋଗରେ ଆଇଟି ହେଡଙ୍କୁ ଗିରଫ କରାଯାଇଛି । ଡେରାର ଆଇଟି ବିଭାଗର ମୁଖ୍ୟଙ୍କ ପ୍ରକୃତ ଘର ଫରୀଦାବାଦରେ ।

Dera ashram searchସେ ଡେରାରେ ରହି ବାବାଙ୍କ ଆଟି ବିଭାଗର ମୁଖ୍ୟ ହୋଇ ଦାୟିତ୍ୱ ସମ୍ଭାଳିବା ସହ ବାବାଙ୍କୁ ଅନେକ କୁକାର୍ଯ୍ୟରେ ମଧ୍ୟ ସାହାଯ୍ୟ କରିଥିବା ସୂଚନା । ସେହିଭଳି ରାମରହିମଙ୍କ ଏସୟୁଭି ଗାଡିର ଡ୍ରାଇଭରଙ୍କୁ ଗିରଫ କରିଛି ତଦନ୍ତକାରୀ ଦଳ । ଆଶ୍ରମରେ ସର୍ଚ୍ଚ ଅପରେସନ ଚଳାଇଥିବା ତଦନ୍ତକାରୀ ଦଳ ହାତରେ ଲାଗିଛି ବଡ ଧରଣର ପ୍ରମାଣ । ତେବେ ଗିରଫ ହୋଇଥିବା ଆଇଟି ମୁଖ୍ୟ ମିଲ୍କ ପ୍ଲାଂଟ ଓ ଶାହପୁର ବିଜୁଳୀ ଘରେ ନିଅାଁ ଲଗାଇବାରେ ସାମିଲ ଥିଲା ।

ଆଶ୍ରମ ପରିସରରେ ଲାଗିଥିବା ୫ ହଜାର ସିସିଟିଭି ଦୃଶ୍ୟ ରେକର୍ଡ ହୋଇଥିବା ହାର୍ଡଡିସ୍କକୁ ଜବତ କରିଛି ପୁଲିସgurmeet-ram-rahim-dera-sacha-sauda-search-operation । ଆଶ୍ରମରେ ଥିବା ଏକ ପରିତ୍ୟକ୍ତ ଟଏଲେଟରୁ ମିଳିଛି ଏହି ହାର୍ଡଡିସ୍କ । ଏହି ହାର୍ଡଡିସ୍କରେ ପାଖାପାଖି ୭୦୦ ଏକର ବିଶିଷ୍ଟ ଡେରା ଓ ୯୧ ଏକରରେ ତିଆରି ହୋଇଥିବା ଡେରା ମୁଖ୍ୟ ଗୁରମିତ ରାମ ରହିଙ୍କ ମହଲର ସିସିଟିଭି ରେକର୍ଡ଼ିଙ୍ଗ ରହିଛି । ଯେଉଁଥିରେ ବାବାଙ୍କ ଅନେକ କଳା କାରନାମା କଏଦ୍ ହୋଇଥିବା ପୁଲିସ ଅନୁମାନ କରୁଛି । ପୂର୍ବରୁ ଆଶ୍ରମରୁ ଏକେ ୪୭ ରାଇଫଲ, ବିସ୍ଫୋରକ ସାମଗ୍ରୀ, ବିଭିନ୍ନ ପ୍ରକାର ଔଷଧ, କମ୍ପ୍ୟୁଟର, ଲାପଟପ ଓ ନମ୍ବର ବିହୀନ ଦାମି ଗାଡି ଜବତ କରିଥିଲା ପୁଲିସ ।

Gurmeet Ram Rahim Singhଏହା ବ୍ୟତୀତ ବାବାଙ୍କ ବେଆଇନ୍ ବାଣ କାରଖାନା ଓ ଗର୍ଭପାତ କ୍ଲିନିକର ମଧ୍ୟ ପର୍ଦ୍ଦାଫାଶ କରିଥିଲା ପୁଲିସ । ପୁଲିସର ଖାନତଲାସି ଏବେ ମଧ୍ୟ ଜାରି ରହିଥିବା ବେଳେ ଆଗକୁ ରାମରହିମଙ୍କ ମୁଖା ଖୋଲିବା ସ୍ପଷ୍ଟ ହୋଇ ଯାଇଛି । କିଛି ଦିନ ପୂର୍ବରୁ ଡେରା ମୁଖ୍ୟାଳୟରେ ସର୍ଚ୍ଚ ଅପରେସନ ଚାଲିଥିଲା । ଏହାପରେ ବିଭିନ୍ନ ଖୁଲାସା ହୋଇଥିଲା । ତେବେ ବିଭିନ୍ନ ଖୁଲାସା ଭିତରେ ଗୋଟିଏ ପଟେ ସନ୍ଦେହ ହେଉଛି ଡ଼େରାରେ ମନୁଷ୍ୟଙ୍କ ଅଙ୍ଗ ପ୍ରତ୍ୟେଙ୍ଗର ତସ୍କରୀ ହେଉଥିଲା କି ? ଏହାସହ ଜଣାପଡ଼ିଥିଲା ଗୁରମିତଙ୍କ ଗୁମ୍ପାରୁ ସାଧ୍ୱୀଙ୍କ କକ୍ଷକୁ ଯିବା ପାଇଁ ଏକ ସୁରଙ୍ଗ ଯାଉଥିଲା ।

ମିଡ଼ିଆ ରିପୋର୍ଟ ଅନୁସାରେ ପ୍ରତିବର୍ଷ ଡେରା ମୁଖ୍ୟାଳୟକୁ ୧୦୦୦ କୋଟି ଟଙ୍କା ଆସୁଥିଲା । ଭକ୍ତଙ୍କ ଟଙ୍କାରେram-rahim ରାମ ରହିମ ଅୟସ ଆରାମ କରୁଥିଲେ । ତେବେ ଡେରାରେ ରହୁଥିବ ସାଧ୍ୱୀଙ୍କୁ ନେଇ ଏବେ ଚାଞ୍ଚଲକର ଖୁଲାସା ହୋଇଛି । ତେବେ ବହୁତ ଅଳ୍ପ ଲୋକ ଜାଣନ୍ତି ଏମାନଙ୍କ ମଧ୍ୟରେ ଥାଆନ୍ତି କିଛି ବିଷକନ୍ୟା । ସେମାନେ ବାବା ରାମ ରହିଙ୍କ ପାଇଁ ଅଣାଯାଉଥିବା ଝିଅଙ୍କୁ ପ୍ରସ୍ତୁତ କରିବାର କାମ କରନ୍ତି । ପ୍ରକୃତକଥା ହେଲା ଏହି ମହିଳାମାନେ ନିଜେ ଅଳ୍ପ ବୟସରୁ ବାବାଙ୍କ କାମନାର ଶିକାର ହୋଇସାରିଥାଆନ୍ତି । ତେବେ ବିଷକନ୍ୟାମାନେ ହିଁ ବାବାଙ୍କୁ ସୁନ୍ଦର ଝିଅ ଯୋଗାଇବା ଓ ଗୁୁମ୍ଫା ପର୍ଯ୍ୟନ୍ତ ପଠାଇବାର କାମ କରନ୍ତି ।

ସୂଚନା ଅନୁସାରେ ଡେରାକୁ ଆସୁଥିବା ସମସ୍ତ ଝିଅଙ୍କ ଉପରେ ବିଷକନ୍ୟାମାନେ କଡ଼ା ନଜର ରଖନ୍ତି । ଗୋଟିଏ ପଟେ ପାଠପଢ଼ି ନଥିବା ଝିଅଙ୍କୁ ବିଷକନ୍ୟାମାନେ ଖାଦ୍ୟ ପ୍ରସ୍ତୁତ କରିବାରେ ଲଗାଇ ଦିଅନ୍ତି । ଅନ୍ୟପଟେ ସୁନ୍ଦର ଦେଖା ଯାଉଥିବା ଝିଅଙ୍କୁ ଡେରାରେ ଥିବା ସ୍କୁଲରେ ପାଠ ପମାଇବା ଓ ଅନ୍ୟ ଭଲ କାମରେ ଲଗାଇ ଦେଉଥିଲେ । ସୁନ୍ଦର ଝିଅଙ୍କୁ ମନରେ ପରିବର୍ତ୍ତନ ଆଣିବା ପାଇଁ ବାରମ୍ବାର ପ୍ରୟାସ କରନ୍ତି ବିଷକନ୍ୟାମାନେ । ବାବାଙ୍କ ସହ ରାତି କଟାଇବା ପାଇଁ ବିଷକନ୍ୟାମାନେ ସୁନ୍ଦରୀ ଝିଅଙ୍କୁ ଉସକାଉଥିଲେ । ବିଷକନ୍ୟାମାନେ ସୁନ୍ଦର ଝିଅଙ୍କ ଏପରି ହୋଷ୍ଟେଲରେ ରଖୁଥିଲେ, ଯେଉଁଠାକୁ ବାବାଙ୍କ ଗୁମ୍ଫାରେ ସୁନଙ୍ଗ ରାସ୍ତା ଯୋଡ଼ି ହେଉଥିଲା । ରାତି ସମୟରେ ଉକ୍ତ ଗୁପ୍ତ ସୁନଙ୍ଗ ଜରିଆରେ ବାବାଙ୍କ ଗୁମ୍ଫା ପର୍ଯ୍ୟନ୍ତ ପହଞ୍ଚାଉଥିଲେ ବିଷକନ୍ୟା ।