ପ୍ରଦୂଷଣ ପରେ ଥଣ୍ଡାରେ ଥରୁଛି ଦିଲ୍ଲୀ ! ଭାଙ୍ଗିଲା ୩ ବର୍ଷର ରେକର୍ଡ଼

94

କନକ ବ୍ୟୁରୋ : ପ୍ରଦୂଷଣ ପାଇଁ ବେଶ୍ କିଛି ଦିନ ଅସ୍ତବ୍ୟସ୍ତ ହେଲା ପରେ ଏବେ ଥଣ୍ଡାରେ ଥରୁଛନ୍ତି ଦିଲ୍ଲୀବାସୀ । ଦିଲ୍ଲୀରେ ଶୀତର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ଶନିବାର ଦିନ ଥିଲା ସର୍ବନିମ୍ନ ତାପମାତ୍ରା । ତିନ ବର୍ଷର ରେକର୍ଡ଼ ଭାଙ୍ଗିଛି ଦିଲ୍ଲୀ ତାପମାତ୍ରା । ଉତ୍ତର ପଟୁ ବହୁଥିବା କେହାଲା ପବନ କାରଣରୁ ଆଗାମୀ ଦିନ ଗୁଡ଼ିକରେ ଥଣ୍ଡାରୁ ମୁକ୍ତି ମିଳିବ ନାହିଁ ବୋଲି ଆକଳନ କରାଯାଉଛି । କୋହଲା ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିଛି ।

ପାଣିପାଗ ବିଭାଗ ଅନୁସାରେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଥଣ୍ଡାରୁ ନିସ୍ତାର ପାଇବେ ନାହିଁ ଦିଲ୍ଲୀବାସି । ଆଗକୁ ତାପମାତ୍ରା ଆହୁରି ହ୍ରାସ ପାଇବ । ତେବେ ଦିନରେ ସୂର୍ଯ୍ୟକିରଣ ପଡ଼ୁଥିବା ଯୋଗୁଁ ଟିକିଏ ଆଶ୍ୱସ୍ତି ପାଉଛନ୍ତି ଦିଲ୍ଲୀବାସିନ୍ଦା । ସୂଚନା ଅନୁସାରେ କ୍ରିସମାସ ପାଖାପାଖି ତାପାମତ୍ରା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହି ସମୟରେ ସର୍ବାଧିକ ତାପମାତ୍ରା ୨୩ ଓ ସର୍ବନିମ୍ନ ତାପାମାତ୍ର ୬ ଡିଗ୍ରି ରହିବ ।

ସେପଟେ ଜମ୍ମୁ ଓ କାଶ୍ମୀରରେ ଶୁକବ୍ରାର ଦିନ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହୋଇଥିଲା । ଜମ୍ମୁରେ ସର୍ବନିମ୍ନ ତାପାମାତ୍ରା ୩.୯ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା । ଶ୍ରୀନଗରେ ମାଇନସ ୫.୪ ଡିଗ୍ରି ରେକର୍ଡ଼ ହୋଇଥିଲା । ଅନ୍ୟପଟେ କାରଗିଲରେ ମାଇନସ୍ ୩.୬ ଡିଗ୍ରି ସେଲସିୟସ୍ ତାପାମାତ୍ରା ରେକର୍ଡ଼ ହୋଇଥିଲା ।