କନକ ବ୍ୟୁରୋ : ଦିଲ୍ଲୀ ନଗର ନିଗମ ନିର୍ବାଚନରେ ଫୁଟିବ ବିଜେପି । ଏଭଳି ଆକଳନ କରିଛନ୍ତି କିଛି ଏଗଜିଟ୍ ପୋଲ ରିପୋର୍ଟ । ଇଣ୍ଡିଆ ଟୁଡେର ଏଗଜିଟ୍ ପୋଲରେ ଦିଲ୍ଲୀ ତିନିଟି ଯାକ ନଗର ନିଗମରେ ବିଜେପି ଜିତିବା ନେଇ ଆକଳନ କରିଛି ।
ଦିଲ୍ଲୀ ନଗର ନିଗମରେ ହୋଇଥିବା ମୋଟ୍ ୨୭୦ ଆସନରୁ ବିଜେପିକୁ ୨୦୨ରୁ ୨୨୦, ଆପକୁ ୨୩ରୁ ୩୫ ଏବଂ କଂଗ୍ରେସକୁ ୧୯ରୁ ୩୧ଟି ଆସନ ମିଳିବାର ଆକଳନ କରିଛି ଇଣ୍ଡିଆ ଟୁଡେ- ଏକ୍ସସିସ୍ ମାଇ ଇଣ୍ଡିଆ ସର୍ଭେ ।
ନର୍ଥ ଏମ୍ସିଡି, ସାଉଥ ଏମ୍ସିଡି ଏବଂ ଇଷ୍ଟ ଏମ୍ସିଡି ତିନିଟି ଯାକରେ ବିଜେପି ଅଧିକ ଆସନ ପାଉଥିବା ନେଇ ଏହି ସର୍ଭେ ଆକଳନ କରିଛି । ମୋଦି ସରକାରଙ୍କ ଯୋଜନା ଗୁଡ଼ିକ ଦିଲ୍ଲୀ ଭୋଟରଙ୍କୁ ପ୍ରଭାବିତ କରିଛି ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/vlcsnap-2017-04-24-08h21m54s945.png)