ଚାରି ବିଚାରପତିଙ୍କ ସହ କଥା ହେଲେ ପ୍ରଧାନ ବିଚାରପତି ! ପ୍ରାୟ ୧୫ମିନିଟ୍ ଧରି କଲେ ଆଲୋଚନା

71

କନକ ବ୍ୟୁରୋ : ସୁପ୍ରିମକୋର୍ଟ ବିବାଦ ନେଇ ଆଟର୍ଣ୍ଣିଂ ଜେନେରାଲ ୟୁ-ଟର୍ଣ୍ଣ ମାରିଥିବାବେଳେ ପ୍ରଧାନ ବିଚାରପତି ଦୀପକ ମିଶ୍ର ୪ ବରିଷ୍ଠ ବିଚାରପତିଙ୍କ ସହ ଆଲୋଚନା କରିଛନ୍ତି । ପ୍ରାୟ ୧୫ ମିନିଟ ଧରି କଥା ହୋଇଛନ୍ତି । ଆଜି ସକାଳେ ସୁପ୍ରିମକୋର୍ଟ ବିବାଦ ନେଇ ଆଟର୍ଣ୍ଣିଂ ଜେନେରାଲ କେ.କେ ବେଣୁଗୋପାଳ ଆଜି ୟୁ-ଟ ର୍ଣ୍ଣ ମାରିଥିଲେ । ବେଣୁଗୋପାଳ କହିଥିଲେ, ବର୍ତମାନ ସୁଦ୍ଧା ବିବାଦର ସମାଧାନ ହୋଇନାହିଁ ଓ ମତଭେଦ ଜାରି ରହିଛି । ଗତକାଲି ହିଁ ବିବାଦ ସମାଧାନ ହୋଇଥିଲା ବି ବେଣୁଗେପାଳ ଦାବି କରିଥିଲେ । କିନ୍ତୁ ଆଜି ନିଜ ମତ ବଦଳାଇଛନ୍ତି ।

ମିଳିଥିବା ଖବର ଅନୁସାରେ, ବିବାଦର ସମାଧାନ ଲାଗି ଉଦ୍ୟମ ଜାରି ରହିଛି । ଶତ ଶୁକ୍ରବାରଦିନ ସୁପ୍ରିମକୋର୍ଟର ୪ ବରିଷ୍ଠ ବିଚାରପତି ପ୍ରଧାନ ବିଚାରପତିଙ୍କ ଦୀପକ ମିଶ୍ରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାକୁ ନେଇ ଦେଶରେ ହଇଚଇ ଦେଖାଦେଇଥିଲା । ସେପଟେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମରେ ପ୍ରଧାନ ବିଚାପପତି ଜଷ୍ଟିସ ଦୀପକ ମିଶ୍ର ସୋମବାରଦିନ ୫ ଜଣିଆ ବିଚାରପତିଙ୍କୁ ନେଇ ୫ ଜଣିଆ ସାମ୍ବିଧାନିକ ପୀଠ ଗଠନ କରିଛନ୍ତି । ଏଥିରେ ସାମ୍ବାଦିକ ସମ୍ମିଳନୀ କରିଥିବା ୪ ଜଣ ଜଜଙ୍କୁ ସାମିଲ କରାଯାଇନାହିାଁ ଏହି ସାମ୍ବିଧାନିକ ପୀଠ ୧୭ ଜାନୁଆରୀରୁ ଆଧାର, ସମଲିଙ୍ଗୀ ସମ୍ପର୍କ ଭଳି କିଛି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିବ ।