କନକ ବ୍ୟୁରୋ : କେନ୍ଦ୍ରାପଡା ମହାକାଳପଡା ହୁଟିକୋଲାରେ ଡଙ୍ଗା ବୁଡି ମୃତ୍ୟୁ ହୋଇଥିବା ୯ ଜଣଙ୍କ ମୃତଦେହ କୁଜଙ୍ଗରେ ପହଚିଂଛି । ଚଉମୁହାଣ ଘାଟିରେ ମୃତଦେହ ପହଚିଂଲାପରେ ମେଡିକାଲକୁ ନିଆଯାଇଛି । ଶବ ବ୍ୟବଚ୍ଛେଦ ପରେ ୯ ଜଣଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତାର କରାଯିବ । ସେପଟେ ଏବେ ବି ନିଖୋଜ ଥିବା ୬ ବର୍ଷ ଶିଶୁ ଦେବସ୍ମିତର ନିଖୋଜ ଥିବା ବେଳେ ଉଦ୍ଧାର କାମ ଜାରି ରହିଛି । ଅଗ୍ନିଶମ ବାହିନୀ ପକ୍ଷରୁ ବୋଟ ଦ୍ୱାରା ଉଦ୍ଧାର କାର୍ଯ୍ୟ ରହିଛି । ଡଙ୍ଗା ବୁଡି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଏସଆରସି ବିଷ୍ଣୁପଦ ସେଠୀ । ଡଙ୍ଗାଟିର ଲାଇସେନ୍ସ ଓ ଲାଇଭ ଜ୍ୟାକେଟ ନଥିବାରୁ ଏଭଳି ଅଘଟଣ ଘଟିଥିବା ଏସଆରସି କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏପଟେ ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିିଛନ୍ତି । ସେହିପରି ଆହତମାନଙ୍କୁ ମାଗଣା ଚିକିତ୍ସା କରିବା ପାଇଁ ଘୋଷଣା କରାଯାଇଛି । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ନିଖୋଜ ଯାତ୍ରୀଙ୍କ ସୁରକ୍ଷିତ ଉଦ୍ଧାର କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।