ରାଜ୍ୟ ରାଜନୀତିରେ ହଲଚଲ : ବିଜେଡିରୁ ବହିଷ୍କାର ପରେ ଦାମ ରାଉତଙ୍କୁ ଆଜି ଭେଟୁଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା

37

କନକ ବ୍ୟୁରୋ : ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ବିଜେଡିରୁ ବହିଷ୍କାର କରାଯିବା ପରେ ରାଜନୀତି ସରଗରମ ହୋଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତାଙ୍କୁ ଗତକାଲି ବହିଷ୍କାର କରାଯାଇଥିଲା । ତାଙ୍କ ପରେ ବହିଷ୍କାର ରାଜ୍ୟ ରାଜନୀତି ହଲଚଲ ହୋଇଛି । ଆଜି ଦାମ ରାଉତଙ୍କୁ ଭେଟୁଛନ୍ତି ବିଜେଡିରୁ ବିଦା ହୋଇଥିବା କେନ୍ଦ୍ରପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଉଭୟଙ୍କ ଭେଟଘାଟ ଉପରେ ସମସ୍ତଙ୍କ ନଜର ରହିଛି । ଦାମ ରାଉତ ଓ ବୈଜୟନ୍ତଙ୍କୁ ଗୋଟିଏ ଶୈଳୀରେ ଦଳରୁ ବିଦା କରାଯାଇଥିଲା । ତେଣୁ ଏହି ଦୁଇ ନେତାଙ୍କ ମଧ୍ୟରେ କି ଆଲୋଚନା ହେଉଛି ଓ କଣ ରଣନୀତି ପ୍ରସ୍ତୁତ ହେଉଛି ସେ ଉପରେ ସମସ୍ତଙ୍କ ନଜର ରହିଛି । ୨୦୧୯ ନିର୍ବାଚନ ଆଉ ମାତ୍ର ଅଳ୍ପଦିନ ବାକିଥିବାବେଳେ ଦାମ ଓ ବୈଜୟନ୍ତଙ୍କ ଭଳି ବଡ ନେତା କି ନିଷ୍ପତି ନେଉଛନ୍ତି, ତାକୁ ଅପେକ୍ଷା କରାଯାଉଛି । ଆଗକୁ ଦାମ କି ରଣନୀତି ଆପଣଉଛନ୍ତି ଏବଂ ନବୀନଙ୍କ ନିଷ୍ପତି ବିରୋଧରେ କି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ସେ ଉପରେ ବି ସମସ୍ତଙ୍କ ନଜର ରହିଛି ।

ଦାମ ରାଉତଙ୍କୁ ଗତକାଲି ଦଳରୁ ବହିଷ୍କାର କରାଯାଇଥିଲା । ଚାରା, ଓମ୍ଫେଡ ଓ ସମବାୟ ଋଣ ଦୁର୍ନୀତି ନେଇ ସରକାରଙ୍କୁ ଘେରିଥିଲେ ଦାମ । ବିଜେଡିରେ ଥାଇ ବିରୋଧୀଙ୍କ ଭୂମିକା ତୁଲାଉଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇ ଆସୁଥିଲା । ସେପଟେ ଜଗତସିଂହପୁର ଜିଲ୍ଲା ବିଜେଡିରେ ଚାଲିଥିବା ଦଳୀୟ ଗୋଷ୍ଠୀକନ୍ଦଳ ତୀବ୍ର ହେବାରେ ଲାଗିଥିଲା । ଦଳ ବିରୋଧୀ କାର୍ଯ୍ୟ ନେଇ ନବୀନଙ୍କ ନିକଟରେ ହୋଇଥିଲା ଅଭିଯୋଗ । ଦାମୋଦର ରାଉତଙ୍କୁ ବହିଷ୍କାର ଲାଗି ଜଗତସିଂହପୁର ଜିଲ୍ଲା ବିଜେଡି କର୍ମୀ ଓ ନେତା ନବୀନଙ୍କ ନିକଟରେ ଫେରାଦ ହୋଇଥିଲେ । ବିଜେଡିରୁ ବହିଷ୍କାର ହେବା ପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ଦାମ ରାଉତ । ତାଙ୍କୁ ମନ୍ତ୍ରୀପଦରୁ ବିଦା କରାଯାଇଥିଲା, ଦଳର ପଦପଦବୀରୁ ବିଦା କରାଯାଇଥିଲା, ଏବେ ଅଧିକ କ’ଣ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ସେ ଅନ୍ୟ ଦଳରେ ଯୋଗ ଦେବେନାହିଁ, ତେବେ ଦୃଢତାର ସହ କହିଛନ୍ତି ସେ ସାଧାରଣ ଜୀବନରେ ରହିବେ ।

ସେପଟେ ବିଷ୍ଣ ଦାସଙ୍କ ସମର୍ଥକମାନେ ଜଗତସିଂହପୁରରେ ବାଣ ଫୁଟାଇ ଉତ୍ସବ ମନାଇଛନ୍ତି । ବିଷ୍ଣ ଦାସ ଓ ବାଲିକୁଦା ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଶହ ଶହ ସମର୍ଥକ ଆସି ଦାମଙ୍କ ବିରୋଧରେ ନବୀନଙ୍କ ନିକଟରେ ଫେରାଦ ହୋଇଥିଲେ । ଦାମଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ପ୍ରତିକ୍ରିୟା ରଖିଛନ୍ତି ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣ ଦାସ । ସେ କହିଛନ୍ତି ଦାମଙ୍କୁ ବହିଷ୍କାର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ । ବହୁ ଆଗରୁ ତାଙ୍କୁ ଦଳରୁ ବହିଷ୍କାର କରାଯିବାର ଥିଲା । ଦାମଙ୍କ ବହିଷ୍କାର ପରେ ଦଳ ମଜବୁତ ହେବ ।

ଦାମଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ପ୍ରତିକ୍ରିୟା ରଖିଛନ୍ତି ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣ ଦାସ । ସେ କହିଛନ୍ତି ଦାମଙ୍କୁ ବହିଷ୍କାର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ । ବହୁ ଆଗରୁ ତାଙ୍କୁ ଦଳରୁ ବହିଷ୍କାର କରାଯିବାର ଥିଲା । ଦାମଙ୍କ ବହିଷ୍କାର ପରେ ଦଳ ମଜବୁତ ହେବ ।