ବାତ୍ୟା ବିତ୍ପାତ । ରାଜ୍ୟ ପାଇଁ ଆଗାମୀ ୬ରୁ ୮ ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ । ବାତ୍ୟା ପରବର୍ତ୍ତୀ ସ୍ଥିତି ପାଇଁ ସରକାର ପୂର୍ଣ୍ଣ ମାତ୍ରାରେ ପ୍ରସ୍ତୁତ । ଅମ୍ପାନକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା ।

419

କନକ ବ୍ୟୁରୋ : ପବନର ବେଗ କହୁଛି ବାତ୍ୟା ଅମ୍ଫାନର ତୀବ୍ରତା । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଗଛ ଭାଙ୍ଗିବା ଆରମ୍ଭ ହୋଇଗଲାଣି । ରାଜ୍ୟ ପାଇଁ ଆଗାମୀ ୬ରୁ ୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ବେଶ ଗୁରୁତ୍ୱପୂର୍ଣ୍ଣ । ତେବେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପୂର୍ଣ୍ଣ ମାତ୍ରାରେ ପ୍ରସ୍ତୁତ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ବାତ୍ୟାକୁ ଦୃଷ୍ଟିରେ ରଖି କଚ୍ଚାଘରର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।  ପ୍ରାୟ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ଅମ୍ପାନ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ପାରାଦ୍ୱୀପରେ ୧୪୪ ମିମି ବର୍ଷା ରେକର୍ଡ଼ ହୋଇଛି । ତେବେ ଆଗାମୀ ସମୟରେ ଭୁବନେଶ୍ୱରରେ ପବନର ବେଗ ବଢ଼ିବା ସମ୍ଭାବନା ଅଧିକ ରହିଛି । ପାରାଦ୍ୱୀପ ବାଲେଶ୍ୱର ନିକଟ ଦେଇ ଗତି କରିବ ବାତ୍ୟା । ଅମ୍ଫାନ ପାଇଁ କାଁ ଭାଁ ସ୍ଥାନରେ ଗଛ ଭାଙ୍ଗିଛି । ବର୍ତ୍ତମାନ ସୁଦ୍ଧା ପୁରୀ ଗୋପାଳପୁରରେ ପବନର ବେଗ ବେଶ ବେଶୀ ନାହିଁ ।

ମୁଖ୍ୟ ଶାସନ ସଚିବ କହିଛନ୍ତି, ବାତ୍ୟା ପରବର୍ତ୍ତୀ ପରିସ୍ଥିତି ପାଇଁ ଆମେ ପ୍ରସ୍ତୁତ । ବାତ୍ୟା ପରେ ରାସ୍ତାଘାଟ ସଫେଇରେ କୌଣସି ଅସୁବିଧା ହେବନି । ମୁକାବିଲା ପାଇଁ ଏନଡିଆରଫ୍, ଅଗ୍ନିଶମ ଓ ଓଡ଼୍ରାଫ୍ ଟିମ୍ ମୁତୟନ ହୋଇଛନ୍ତି ।