କଟକ : ଏକ ଘରୋଇ ହସ୍ପିଟାଲ ବାରଣ୍ଡରେ ପ୍ରସବ କଲେ ମହିଳା

1

କନକ ବ୍ୟୁରୋ : କେଉଁ ଉପାନ୍ତ ଅଂଚଳ ନୁହେଁ ସିଲଭର ସିଟିରେ ବି ଜନନୀ ଯନ୍ତ୍ରଣା । କଟକର ଏକ ଘରୋଇ ହସ୍ପିଟାଲ ବାରଣ୍ଡରେ ପ୍ରସବ କରିଛନ୍ତି ମହିଳା । ଜନ୍ମ ପରେ ନବଜାତକ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା, କେଉଁ ଡାକ୍ତର ଓ ନର୍ସ ଥିଲେ କି ନାହିଁ ତାହା ଏବେ ଯାଏଁ ଜଣାପଡିନାହିଁ । ତେବେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି କହିଛନ୍ତି ସିଡିଏମଓ ।

ତେବେ ରାଜ୍ୟରେ ଜନନୀ ଯନ୍ତ୍ରଣା ଥମିବାର ନାଁ ନେଉନାହିଁ । ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସୁଛିି, ହେଲେ କିଛି ସୁଫଳ ମିଳୁନି । କେତେବେଳେ ଖବର ଆସୁଛି ଠିକ୍ ସମୟରେ ଆମ୍ବୁଲାନ୍ସ ନଆସିବାରୁ ନଦୀ ପଠାରେ ସନ୍ତାନ ଜନ୍ମ ଦେଲେ ମହିଳା ତ ଆଉ କେତେùବଳେ ଖବର ଆସୁଛି ଭାରାରେ ବୁହାଦେଲେ ଗର୍ଭବତୀ । ରାଜ୍ୟରେ ଏପରି ଅବସ୍ଥାରେ କେବେ ସୁଧାର ଆସିବ ସେକଥା ଦେଖିବା ବାକି ରହିଲା । ତେବେ ଏଇଠି ପ୍ରଶ୍ଗ ଉଠୁଛି ଏପରି ଘଟଣା ବାରମ୍ବାର ଘଟୁଛି କାହିକିିଁ ?

Comments are closed.