କନକ ବ୍ୟୁରୋ : ଗୁଣି ଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ବାନ୍ଧିକି ତାଙ୍କ ଘରେ ନିଆଁ ଲଗାଇଦେଇଛନ୍ତି ଗାଁ ଲୋକେ । କଟକ ନିଶ୍ଚିନ୍ତକୋଇଲି ସାଧବନଗର ସାଧୁବର ନିକଟରେ ଜଣେ ବ୍ୟକ୍ତି ଗୁଣିଗାରେଡି କରୁଥିବା ସନ୍ଦେହରେ ଗାଁ ଲୋକେ ସେହି ବ୍ୟକ୍ତିଙ୍କୁ ଏକ ଖୁଂଟରେ ବାନ୍ଧିଦେଇଥିଲେ । କିଛିଦିନ ହେବ ଏହି ଅଂଚଳରେ କିଛି ପିଲା ଅସୁସ୍ଥ ହୋଇ ଆସୁଥିଲେ । ଏହି ବ୍ୟକ୍ତ ଗୁଣିଗାରେଡି କରୁଥିବା ଯୋଗୁଁ ଏଭଳି ହେଉଥିବା ସନ୍ଦେହ କରି ଗାଁ ଲୋକେ ବ୍ୟକ୍ତିଙ୍କୁ ବାନ୍ଧି ପୁଲିସ ଜିମା ଦେଇଛନ୍ତି । ପୁଲିସ ସଂପୃକ୍ତି ବ୍ୟକ୍ତିଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି ।
କଟକ : ଗୁଣି ଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ବାନ୍ଧିକି ଘରେ ନିଆଁ ଲଗାଇଦେଲେ ଗାଁ ଲୋକେ
/kanak/media/post_attachments/wp-content/uploads/2017/08/vlcsnap-2017-08-08-16h51m26s625.png)