କଟକ : ବେତେଣ୍ଡା ଗାଁରେ ମଧ୍ୟ ଭୟାବହ ଅଗ୍ନିକାଣ୍ଡ, ୨ ବଖରା ଘର ପୋଡି ଯିବା ସହ ୪ଟି ଗୃହପାଳିତ ପଶୁ ଜୀବନ୍ତ ଦଗ୍ଧ

31

କନକ ବ୍ୟୁରୋ : କଟକ ଜିଲ୍ଲା ନିଆଳି ବ୍ଲକ ବେତେଣ୍ଡା ଗାଁରେ ମଧ୍ୟ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗତକାଲି ରାତି ହୋଇଥିବା ଅଗ୍ନିକାଣ୍ଡରେ ୨ ବଖରା ଘର ପୋଡି ଯାଇଥିବା ବେଳେ ୪ଟି ଗୃହପାଳିତ ପଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ତେବେ ଗାଁର ପବିତ୍ର ବରାଳଙ୍କ ଗୁହାଳରେ ପ୍ରଥମେ ନିଆଁ ଲାଗିଯାଇଥିଲା । ସବୁଠାରୁ ବିଡମ୍ବନାର ବିଷୟ ହେଉଛି, ଗତକାଲି ରାତିରେ ନିଆଁ ଲାଗିଥିବା ବେଳେ ଆଜି ସକାଳ ୮ଟାରେ ପହଂଚିଲା ଦମକଳ ଗାଡି । ନିଆଁ ଲାଗିବା କ୍ଷଣି ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ ।

ହେଲେ ଗତକାଲି ରାତିରେ ଦମକଳ ଗାଡି ନଆସି ନଥିଲା । ଫଳରେ ଗ୍ରାମବାସୀ ନିଆଁକୁ ଆୟତ କରିବା ପାଇଁ ନାକେଦମ୍ ହୋଇଥିଲେ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଦେଇଛି ।